ବ୍ରହ୍ମପୁର ୨୫।୦୮ : ବ୍ରହ୍ମପୁରରେ ବଡ଼ ଧରଣର ଚାକିରି ଠକେଇ । ସ୍ୱାମୀ-ସ୍ତ୍ରୀଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ଏହି ଲିଙ୍କରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍ଭିନ୍ ଜାରି ରଖିଛି ପୋଲିସ ।

ସରକାରୀ ଚାକିରି ଯୋଗାଇ ଦେବା ନାଁରେ ପ୍ରାୟ ଦେଢ଼ କୋଟି ଟଙ୍କାର ବଡ଼ ଧରଣର ଠକେଇ ମାମଲାରେ ବୈଦ୍ୟନାଥପୁର ପୋଲିସ ସ୍ୱାମୀ-ସ୍ତ୍ରୀଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଜଗଦୀଶ କୁମାର ବେହେରା ଓ ତାଙ୍କ ସହଯୋଗୀମାନେ ବେକାର ଯୁବକ-ଯୁବତୀଙ୍କୁ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ଦେବାର ଲୋଭ ଦେଖାଇ ମୋଟା ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ପ୍ରାର୍ଥୀମାନଙ୍କର ମୂଳ ଶିକ୍ଷାଗତ ପ୍ରମାଣପତ୍ର ମଧ୍ୟ ଅଭିଯୁକ୍ତମାନେ ନିଜ ପାଖରେ ରଖିଥିଲେ। ପୁଲିସ ଚଢ଼ଉ କରି ବିଭିନ୍ନ ସଂସ୍ଥାର ନକଲି ନିଯୁକ୍ତି ପତ୍ର, ଟଙ୍କା ନେଣଦେଣର ରସିଦ ଏବଂ ଅନଲାଇନ ଟ୍ରାନ୍ସଫର ରେକର୍ଡ ଜବତ କରିଛି। ପୋଲିସ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Also Read:- ବଢିଲା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ, ଅଦାଲତି ନିର୍ଦ୍ଦେଶକୁ ବାରମ୍ବାର ଅବମାନନ କରିବା ପଡ଼ିଲା ମହଙ୍ଗା