ଭୁବନେଶ୍ୱର: ଓଡ଼ିଶାରେ ସବୁ ସହରକୁ ପାଇପ ଗ୍ୟାସ ଲାଇନ୍ ସଂଯୋଗ କରାଯିବ। ସବୁ ମହାନଗର ନିଗମ ସହିତ ଅନୁଗୁଳ, ଢେଙ୍କାନାଳ ଭଳି ବଡ ବଡ ସହରରେ ପ୍ରାୟ କାମ ସରିଲାଣି। ଯେଉଁ ସହର ରହିଯାଇଛି ସେଠାରେ କାମ ଆରମ୍ଭ ହେବ। ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ନଗର ଉନ୍ନୟନ୍ନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

ସେ କହିଛନ୍ତି ଯେ ବିଭିନ୍ନ ଏଜେନ୍ସି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗୁରୁବାର ଏ ନେଇ ସମୀକ୍ଷା ହୋଇଥିଲା। ଟାର୍ଗେଟ ଅନୁସାରେ କାର୍ଯ୍ୟ ପାଇଁ ଯୋଜନା ହୋଇଛି।୨୦୧୭ରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ତତ୍କାଳୀନ ସରକାର ସହଯୋଗ ଦେଉ ନଥିବା କାରଣରୁ କାମ ସରିପାରିଲା ନାହିଁ।ଏବେ ଡବଲ ଇଞ୍ଜିନର ସରକାରରେ କାର୍ଯ୍ୟ ତ୍ବରାନ୍ବିତ ହେଉଥିବା ସେ କହିଛନ୍ତି।

also read- OTDC ଚାହିଁଲେ ବେଳାଭୂମିରେ ମଦ ଦୋକାନ ଖୋଲି ପାରିବେ, ଟେଟ୍ରା ପ୍ୟାକ୍ ୨୦୧୪ରୁ ଅବକାରୀ ପଲିସିରେ ଅଛି

ସେହିପରି ପିଏନଜିରେ ସମସ୍ୟା ଦେଖାଦେଲେ କମ୍ପାନୀମାନେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ। ବର୍ଷା ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ସରକାର ଚେଷ୍ଟା କରୁଛନ୍ତି। ନୂଆ ଟେକ୍ନୋଲୋଜିରେ ହେବ ଯାହା ଦ୍ଵାରା ରାସ୍ତା ଅଧିକ ଖୋଳିବାକୁ ପଡ଼ିବ ନାହିଁ। ଯାହା ୨୪ ବର୍ଷରେ ହୋଇନାହିଁ ୨୪ ମାସରେ ହେବ ବୋଲି ସେ କହିଛନ୍ତି।