କେନ୍ଦ୍ରାପଡ଼ା ୧୩।୫: ଯୁବକଙ୍କ ଛାତିରେ ହେଉଥିଲା ଯନ୍ତ୍ରଣା । ମେଡିକାଲରେ କୁକୁର କାମୁଡା ରୋଗୀଙ୍କ ପାଖରେ ବସିଥିଲେ । କୁକୁର କାମୁଡ଼ା ରୋଗୀଙ୍କ ବଦଳରେ ସେହି ଯୁବକଙ୍କୁ କୁକୁର କାମୁଡା ଇଞ୍ଜେକସନ୍ ଦେଇଦେଲେ ଫାର୍ମାସିଷ୍ଟ l କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ କରିଲୋପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଘଟଣା l

ଅଭିଯୋଗ ଅନୁଯାୟୀ, ଅନନ୍ତ ଜେନା ନାମକ ଜଣେ ଯୁବକଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ କରିଲୋପାଟଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ l ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କ ନିକଟରେ ଜଣେ କୁକୁର କାମୁଡା ରୋଗୀ ବସିଥିଲେ l ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ସୁଧୀର ଦଳାଇ ଏକ କୁକୁର କାମୁଡା ଇଞ୍ଜେକସନ ଆଣି ସମ୍ପୃକ୍ତ ରୋଗୀଙ୍କୁ ଦେବା ପରିବର୍ତ୍ତେ ଅନନ୍ତଙ୍କ ଦେହରେ ଫୋଡ଼ି ଦେଇଥିଲେ l ଫଳରେ ଅନନ୍ତ ଭୟଭୀତ ହୋଇ ପଡିଥିଲେ l ଇଞ୍ଜେକ୍ସନ ନେବା ପରେ ତାଙ୍କ ମୁଣ୍ଡ ବୁଲାଇବାରୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ l

Also Read:- Medicine Shops To Remain Closed: ଆସନ୍ତା ୨୦ରେ ସବୁ ଔଷଧ ଦୋକାନ ବନ୍ଦ, ଅନ୍‌ଲାଇନ୍‌ରେ ଔଷଧ ବିକ୍ରିକୁ ବିରୋଧ

ତେବେ ଭୁଲ ବଶତଃ ଏପରି ହୋଇଯାଇଛି ବୋଲି ଫାର୍ମାସିଷ୍ଟ ସୁଧୀର ଦଳାଇ ସଫେଇ ଦେଇଥିଲେ l ଅନ୍ୟପଟେ କୌଣସି ଅଘଟଣ ଆଶଙ୍କାରେ ଭୟଭୀତ ହୋଇ ପଡ଼ିଛନ୍ତି ଅନନ୍ତଙ୍କ ପରିବାର ଲୋକେ l