ବୌଦ୍ଧ : କଥା କଟାକଟି ଓ ସାମାନ୍ୟ ବଚସାକୁ ନେଇ ମହାଭାରତ । କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ନିସ୍ତୁକ ମାଡ଼ ମାରିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ। ସରପଞ୍ଚ ଦୌଳଥ ପାଣ୍ଡେଙ୍କୁ PEO ଟିକେଲାଲ ମାଝୀ ମାଡ଼ ମାରିଥିବା ମଅଭିଯୋଗ ହୋଇଛି। PEOଙ୍କ ମାଡ଼ରେ ଗୁରୁତର ହୋଇଛନ୍ତି ସରପଞ୍ଚ । ଚିକିତ୍ସା ପରେ ଘଣ୍ଟାପଡ଼ା ଥାନାରେ ଅଭିଯୋଗ କରିଛନ୍ତି ସରପଞ୍ଚ ।

Also Read- Weather Update:୧୨ ବେଳକୁ ଲଘୁଚାପ ! ଓଡ଼ିଶାରେ କଣ ରହିବ ପ୍ରଭାବ, ବଡ଼ ସୂଚନା ଦେଲା IMD

ସୂଚନାନୁସାରେ, ପଞ୍ଚାୟତରେ କିଛି ଉନ୍ନତିମୂଳକ କାମ ହୋଇଥିଲା।  କାମ ପରେ କୌଣସି ବିଲ୍ ପୈଠ ହୋଇନଥିଲା। ଯାହାକୁ ନେଇ ସରପଞ୍ଚ PEOଙ୍କୁ ପ୍ରଶ୍ନ କରିଥିଲେ।  ଏହି ବିଷୟରେ କଥା ହେବାକୁ ସରପଞ୍ଚଙ୍କୁ PEO ପଞ୍ଚାୟତ କାର୍ଯ୍ୟଳୟକୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ହୋଇଥିଲା ବଚସା। ତାପରେ PEO ସରପଞ୍ଚଙ୍କୁ ମାରି ମୁଣ୍ଡ ଫଟେଇ ଦେଇଥିବା ଅଭିଯୋଗ ହୋଇଛି। ଘଣ୍ଟାପଡ଼ା ପୋଲିସ ପକ୍ଷରୁ ଘଟଣାକୁ ନେଇ ତଦନ୍ତ ଜାରି ରହିଛି ।

Also Read-‘କମେଣ୍ଟ ନୁହେଁ, ସୌମ୍ୟଙ୍କୁ ବାତ ମାରିଥିଲା...’: ଭିଡ଼ରୁ ବର୍ତ୍ତିଯାଇଥିବା ଓମ୍ ପ୍ରକାଶଙ୍କ ସାଂଘାତିକ ବୟାନ