ଭୁବନେଶ୍ୱର ୨୪।୧୦  : ଘୁଞ୍ଚିଲା ରାଷ୍ଟ୍ରପତିଙ୍କ ଗସ୍ତ । ଆସନ୍ତା ୨୮ ତାରିଖରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ରାଇରଙ୍ଗପୁର ଗସ୍ତ ଘୁଞ୍ଚିଯାଇଛି। ପାଣିପାଗ ବିଭାଗ ସୂତ୍ରରୁ ବାତ୍ୟା ସମ୍ଭାବନା ଥିବାରୁ ଓ ପାଗ ଅନୁକୂଳ ନଥିବାରୁ କାର୍ଯ୍ୟକ୍ରମ ବିଧିବଦ୍ଧ ଭାବେ ଭାବେ ବାତିଲ ହୋଇ ନଥିବା ବେଳେ ଏକ ସପ୍ତାହ ଘୁଞ୍ଚା ଯାଇଛି।

ତେବେ ରାଷ୍ଟ୍ରପତିଙ୍କ ଗସ୍ତ ଘୁଞ୍ଚାଯାଇଛି । ଆସନ୍ତା ନଭେମ୍ବର ମାସ ୪ ଓ ୫ ତାରିଖକୁ ଗସ୍ତ କାର୍ଯ୍ୟକ୍ରମ ନିର୍ଧାରଣ ହୋଇଥିବା ମୟୂରଭଞ୍ଜ ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ପରି ପେକ୍ଷୀରେ ନିଜ ମାଟି ରାଇରଙ୍ଗପୁର ସମେତ ବହଳଦା ସ୍ଥିତ ମା କିଚକେଶ୍ଵରୀ ମନ୍ଦିର ସମେତ ଗୋରୁମହିଷାଣୀ ଗସ୍ତ ଓ ବିଭିନ୍ନ କାର୍ଯ୍ୟକର୍ମରେ ଯୋଗ ଦେବା ନେଇ ଚଳିତ ମାସ ୨୮ ଓ ୨୯ ତାରିଖ ଦୁଇ ଦିନ ଧାର୍ଯ୍ୟ ହୋଇଥିଲା।

Watch Video:-