ଭୁବନେଶ୍ୱର ୧୧।୦୯ :  ଉଦ୍ଧାର ଓରାଙ୍ଗଉଟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି PCCF । ଉଦ୍ଧାର ଓରାଙ୍ଗଉଟାନଙ୍କୁ ଫେରାଇ ନେବାକୁ ଇଣ୍ଡୋନେସିଆ ସରକାରଙ୍କ ପକ୍ଷରୁ ଲେଖାଯାଇଥିବା ଚିଠିକୁ ନେଇ ବଡ଼ କଥା କହିଛନ୍ତି PCCF ପ୍ରେମକୁମାର ଝା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉଦ୍ଧାର ଓରାଙ୍ଗଉଟାନଙ୍କୁ ବଞ୍ଚାଇ ରଖିବା ହେଉଛି ଆମର ପ୍ରାଥମିକତା । ପରବର୍ତ୍ତୀ ସମୟରେ ସେମାନଙ୍କୁ ମୂଳ ଦେଶକୁ ପଠାଯିବ କି ନାହିଁ ତା’ ଉପରେ ନିଷ୍ପତ୍ତି ନିଆଯିବ । ନନ୍ଦନକାନନରେ ସେମାନେ ସୁସ୍ଥ ଅଛନ୍ତି ।ଧୀରେ ଧୀରେ ପରିବେଶ ସହ ଖାପ ଖୁଆଇବେ । ଏହି ଓରାଙ୍ଗଉଟାନ କେଉଁଠୁ ଆସିଥିଲେ, କିଏ ଆଣିଥିଲା ସେନେଇ ବାଲେଶ୍ବର ବନ ବିଭାଗ ଓ STF ମିଳିତ ତଦନ୍ତ କରୁଛନ୍ତି । ତଦନ୍ତ ପରେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି PCCF ।

Also Read:-କଙ୍ଗୋରେ ଭୟଙ୍କର ଅଗ୍ନିକାଣ୍ଡ; ସ୍କୁଲରେ ନିଆଁ ଲାଗି ୨୬ ଛାତ୍ରଛାତ୍ରୀ ମୃତ, ଏକାଧିକ ଆହତ

ସୂଚନାଯୋଗ୍ୟ ଯେ, ବାଲେଶ୍ବରକୁ କେଉଁଠୁ ଆସିଲେ ୫ ଓରାଙ୍ଗଉଟାନ୍ ଶାବକ।  ତାକୁ ନେଇ ଖୋଳତାଡ ଚାଲିଥିବା ବେଳେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଇଣ୍ଡୋନେସିଆରୁ ସିଧାସଳଖ ଓଡ଼ିଶାକୁ ଅଣାଯାଇ ନାହିଁ ଓରାଙ୍ଗଉଟାନ ଶାବକଙ୍କୁ।  ଥାଇଲାଣ୍ଡ-ମିଆଁମାର ରୁଟ୍ ରେ ମିଜୋରାମକୁ ଅଣାଯାଇ ସେଠାରେ ମାସେ ଧରି ଶାବକଗୁଡ଼ିକୁ ରଖାଯାଇଥିଲା। ଉତ୍ତର-ପୂର୍ବ ଭାରତର ଜଳବାୟୁ ସହ ରହଣି ପାଇଁ ଅଭ୍ୟସ୍ତ କରାଯାଇଥିଲା।

Watch Video:-

​​​​​​​