ପାଟଣାଗଡ଼ ୨୬।୧୦ : ଆକ୍ସନରେ ବଲାଙ୍ଗୀର ପୋଲିସ । ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟଣାଗଡ଼ ପୋଲିସ । ଏହାସହିତ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ପାଟଣାଗଡ଼ ପୋଲିସ ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, ଅକ୍ଟୋବର ୧୯ ତାରିଖ ବିଳମ୍ବିତ ରାତିରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ବଏଲ ଯାତ୍ରା ଦେଖି ଆସିଥିବା ବେଳେ କିନ୍ଦ୍ରିଟାଲ ଗାଁର ସଞ୍ଜୟ ବାଗ ଓ ତାଙ୍କର ଜଣେ ବନ୍ଧୁ ଆସୁଥିଲେ । ଏହି ସମୟରେ ଯାତ୍ରା ପଡ଼ିଆ ନିକଟରୁ ବାଞ୍ଜିଝାଲ ଗାଁରେ ରଞ୍ଜନ ବାଗ ଓ ସମଲେଶ୍ୱର ଗାଁର ବବୁଲୁ ବାଗ ଜୋରଜବରଦସ୍ତ ଏକ ନିରୋଳା ସ୍ଥାନକୁ ନେଇଯାଇଥିଲେ । ସେଠାରେ କିଛି ସହଯୋଗୀ ସଞ୍ଜୟଙ୍କୁ ମାଡ଼ ମାରିବା ସହ ବନ୍ଧୁକ ଓ ଖଣ୍ଡା ଦେଖାଇ ତାଙ୍କ ଠାରୁ ସୁନା ଚେନ୍, ବ୍ରେସ୍ଲେଟ୍, ମୋବାଇଲ ଓ ୭ ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ପାଟଣାଗଡ଼ ଥାନାରେ ଅଭିଯୋଗ ହୋଇଥିଲା ।

Also Read:-Odisha cyclone preparedness: ବାତ୍ୟା ମୁକାବିଲା ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି, କୋରାପୁଟରେ ଉପସ୍ଥିତ ରହିବେ ଉପମୁଖ୍ୟମନ୍ତ୍ରୀ

ସଞ୍ଜୟଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସହ ସେମାନଙ୍କ ନିକଟରୁ ୩ଟି ମଟର ସାଇକେଲ, ୬ଟି ମୋବାଇଲ ଫୋନ୍, ୨ଟି ଜୀବନ୍ତ ଗୁଳ, ଗୋଟିଏ ପିସ୍ତଲ ସହ ଅନେକ ମାରଣାସ୍ତ୍ର ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ମେହେରପଡାର କାଳିଆ ମେହେର, ସମଲେଶ୍ଵର ଗ୍ରାମର ବବଲୁ ଵାଗ , ସ୍ଥାନୀୟ ଗଡଭିତରର ସୋନୁ ଦେହେରୀ, ଟିକପାଲିର ସୁମିତ ପୋଢ, ଗଡଭିତତର ପିତୃ ଓରଫ୍ ସୁବାଶିଷ ଆଚାର୍ଯ୍ୟ, ଏବଂ ବଡପଡାର ଶଲ୍ୟ ଦଳେଇ।