ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ସମଗ୍ର ଦେଶର ରାଜନୀତି ଉଷ୍ଣ ହୋଇ ଉଠିଛି। ଦିଲ୍ଲୀଠୁ ନେଇ ଭୁବନେଶ୍ଵର ପର୍ଯ୍ୟନ୍ତ କଂଗ୍ରେସକୁ ଟାର୍ଗେଟ୍ କରିଛି ବିଜେପି। ଏହି କ୍ରମରେ କଡା ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଜଣେ ଦାୟିତ୍ୱସମ୍ପନ୍ନ ରାଜନୈତିକ ନେତାଙ୍କଠାରୁ ରାଷ୍ଟ୍ରୀୟ ସ୍ୱାଭିମାନ ଓ ଦାୟିତ୍ୱପୂର୍ଣ୍ଣ ବକ୍ତବ୍ୟ ଆଶା କରାଯାଏ | ମର୍ଯ୍ୟାଦାର ସୀମା ଉଲ୍ଲଂଘନ କରି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି।

ସେ କହିଛନ୍ତି, ରାଜନୀତିରେ ନିଜର ମତ ରଖିବା ସମୟରେ ଭାଷା ଓ ମର୍ଯ୍ୟାଦାର ସୀମା ଭିତରେ ରହିବା ଜରୁରୀ। ଦୀର୍ଘ ବର୍ଷ ଧରି ଦେଶର ବିରୋଧୀ ଦଳ ଭାବେ ରହିଥିବାରୁ, କଂଗ୍ରେସର ନିରାଶା ଓ ଅସନ୍ତୋଷ ଦେଖିବାକୁ ମିଳୁଛି, ଯାହାର ପ୍ରଭାବ ରାଜନୈତିକ ବୟାନବାଜିରେ ପ୍ରତିଫଳିତ ହେଉଛି। ରାଜନୀତିରେ ଆଦର୍ଶ, ବିଚାରଧାରା ଓ ମର୍ଯ୍ୟାଦାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି | ଗଣତନ୍ତ୍ରରେ ମତଭେଦ ରହିବା ସ୍ୱାଭାବିକ, କିନ୍ତୁ ମତଭେଦ ଆଳରେ ନିଜର ମର୍ଯ୍ୟାଦା ଓ ରାଜନୈତିକ ଆଦର୍ଶକୁ ଉଲ୍ଲଂଘନ କରିବା ଉଚିତ ନୁହେଁ |

Also Read: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଖଡଗେଙ୍କ ବୟାନରେ ନିଆଁବାଣ ବିଜେପି, ଅମିତ୍ ଶାହ କହିଲେ- ଅଶିଷ୍ଟାଚାରର ସବୁ ସୀମା ଟପିଲେ

କଂଗ୍ରେସର ନିରାଶା ଓ ଅସନ୍ତୋଷ

ମନମୋହନ କହିଛନ୍ତି, ବିରୋଧୀ ଦଳ ଭାବେ କଂଗ୍ରେସ ନିଜର ଦାୟିତ୍ୱ ଓ ଭୂମିକାକୁ ବୁଝିବା ଆବଶ୍ୟକ | ଦୀର୍ଘ ବର୍ଷ ଧରି ଦେଶର ଶାସନ କରିଥିବା, ଦଳ ପାଇଁ ବିରୋଧୀ ଦଳର ଭୂମିକା ନିର୍ବାହ କରିବା ଏକ ଭିନ୍ନ ଅନୁଭବ ହୋଇପାରେ। କଂଗ୍ରେସର ନିରାଶା ଓ ଅସନ୍ତୋଷ ଦେଖିବାକୁ ମିଳୁଛି, ଯାହାର ପ୍ରଭାବ ରାଜନୈତିକ ବୟାନବାଜିରେ ପ୍ରତିଫଳିତ ହେଉଛି | ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ପ୍ରମୋଦ ମହାଜନଙ୍କ ଭଳି ନେତାମାନଙ୍କ ରାଜନୈତିକ ଯାତ୍ରାରୁ ଅନେକ କଥା ଶିଖିବାକୁ ମିଳେ |

ରାଜନୀତିରେ ନିଜର ମତ ରଖିବା ସମୟରେ ଭାଷା ଓ ମର୍ଯ୍ୟାଦାର ସୀମା ଭିତରେ ରହିବା ଜରୁରୀ | ଜଣେ ଦାୟିତ୍ୱସମ୍ପନ୍ନ ରାଜନୈତିକ ନେତାଙ୍କଠାରୁ ରାଷ୍ଟ୍ରୀୟ ସ୍ୱାଭିମାନ ଓ ଦାୟିତ୍ୱପୂର୍ଣ୍ଣ ବକ୍ତବ୍ୟ ଆଶା କରାଯାଏ | ମର୍ଯ୍ୟାଦାର ସୀମା ଉଲ୍ଲଂଘନ କରି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ | ଏଭଳି ବକ୍ତବ୍ୟକୁ ନିନ୍ଦା କରାଯିବା ଉଚିତ | ଶେଷରେ ଜନସାଧାରଣ ହିଁ ଏଭଳି ରାଜନୈତିକ ଆଚରଣର ଉଚିତ ଜବାବ ଦେବେ।

କଣ କହିଥିଲେ ଖଡ଼ଗେ ?

ଅକ୍ଟୋବର ୨୫ରେ ପାଟନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ସେ ବାପୁ ସଭାଗାରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ହରିୟାଣାର ସରକାର ହେଉଛି ଚୋରି ସରକାର। ଏହା ଭୋଟ୍ ଚୋରିର ସରକାର। ଏହି ସମୟରେ ସଭାସ୍ଥଳରୁ ଜଣେ ବ୍ୟକ୍ତି କହିଥିଲେ, ମୋଦୀ କେବେ କ୍ଷମତାରୁ ଯିବେ ନାହିଁ। ଏହା ଉପରେ ଖଡ଼ଗେ ଗର୍ଜନ କରି ଜବାବ ଦେଇଥିଲେ ଯେ, ମୋଦୀଙ୍କ ବାପା ବି ଯିବେ। ତାଙ୍କର ଏହି ବୟାନ ପରେ ସଭାସ୍ଥଳରେ କୋଳାହଳ ପରିସ୍ଥିତି ସୃଷ୍ଟି ହେବା ସହ ହଙ୍ଗାମା ହୋଇଥିଲା।