ପଟ୍ଟାମୁଣ୍ଡାଇ ୪।୧୦: ଦୀର୍ଘ ୩୫ ବର୍ଷର ଆଶା, ଅପେକ୍ଷା ଓ ଦୁଃଖର ଅନ୍ତ ଘଟିଛି । ୩୫ ବର୍ଷ ଧରି ନିଖୋଜ ଥିବା ପ୍ରମିଳା ମଲ୍ଲିକ ଶେଷରେ ନିଜ ପରିବାର ନିକଟକୁ ଫେରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅଳପୁଆ ପଞ୍ଚାୟତର ନନ୍ଦଲାଲପାଟଣା ଗାଁରେ ଏବେ ଆନନ୍ଦ ଓ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।

୩୫ ବର୍ଷ ତଳେ ପ୍ରମିଳା ଅଳପୁଆ ଦୀନବନ୍ଧୁ ମଲିକକୁ ବିବାହ କରିଥିଲେ l ବିବାହର ମାତ୍ର ୩ ବର୍ଷ ପରେ ପ୍ରମିଳା କେଉଁଆଡେ ଚାଲିଯାଇଥିଲେ l ବହୁ ଖୋଜାଖୋଜି ପରେ ନ ମିଳିବାରୁ ପରିବାର ଲୋକ ସମ୍ପୂର୍ଣ୍ଣ ଭାବେ ପ୍ରମିଳାକୁ ଭୁଲିଯାଇଥିଲେ l

Also Read:- ବଦଳିବ ରାଜମହଲ ଛକର ଚିତ୍ର ; ଫ୍ଲାଏଓଭର ତଳେ ପାର୍କିଂ, ଲାଗିବ ଆଳଙ୍କାରିକ ବୃକ୍ଷ

ପ୍ରମିଳା ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ବହା ଉପଖଣ୍ଡ ଅଞ୍ଚଳର ଧରଶିଳା ତହସିଲ ଅଧୀନରେ ରହୁଥିବା ବେଳେ ହାତରେ ଓଡ଼ିଆ ଭାଷାର ଟାଟୁ ପାଇଁ ତାଙ୍କୁ ଚିହ୍ନଟ କରାଯାଇଥିଲା । ପରବର୍ତ୍ତୀ ସମୟରେ ଦୁଇ ରାଜ୍ୟର ପ୍ରଶାସନିକ ସହାୟତା ଯୋଗୁ ପଟ୍ଟାମୁଣ୍ଡାଇ ପୋଲିସ ସହାୟତାରେ ପ୍ରମିଳା ଘରକୁ ଫେରିଛନ୍ତି l ଘରକୁ ଫେରିବା ପରେ ପରିବାର ଭିତରେ ଖୁସି ଆଉ ଆନନ୍ଦ ଦେଖିବାକୁ ମିଳିଛି । ପ୍ରମିଳାଙ୍କ ପୁଅ ଝିଅ ମାକୁ ପାଖରେ ପାଇ ବେଶ ଖୁସି । ମାଆର ବାକି ଜୀବନ ଭଲରେ ସେବା କରିବୁ ବୋଲି ଝିଅ ଓ ପୁଅ କହିଛନ୍ତି ।

Watch Video: