ଭୁବନେଶ୍ବର ୪।୧୦: ନୂଆ ରୂପ ପାଇବ ଜନପଥର ବ୍ୟସ୍ତବହୁଳ ରାଜମହଲ ଛକ ଫ୍ଲାଏଓଭର । ଅବ୍ୟବହୃତ ସ୍ଥାନ ପଲଟିବ ପାର୍କିଂ ସ୍ଥଳ । ୫୬୨ ମିଟର ଲମ୍ବର ଏହି ଫ୍ଲାଏଓଭର ତଳେ ଥିବା ଖାଲି ସ୍ଥାନକୁ ପାର୍କିଂ ଭାବେ ବିକାଶ କରାଯାଇ ଏଜି ଛକରୁ କଳ୍ପନା ଛକ ମଧ୍ୟରେ ହେଉଥିବା ପାର୍କିଂ ସମସ୍ୟା ଦୂର କରାଯିବ । ଏଥି ସହିତ ସାଧାରଣ ଲୋକ ବସିବା ପାଇଁ ଚେୟାର ପଡ଼ିବ । କେବଳ ସେତିକି ନୁହେଁ ଆକର୍ଷଣୀୟ ଆଳଙ୍କାରିକ ବୃକ୍ଷ ମଧ୍ୟ ଲାଗିବ । ଏନେଇ ବିଡିଏ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ପରିଚାଳନା ଅଭାବରୁ ସଞ୍ଜ ନଇଁବା ମାତ୍ରେ ଫ୍ଲାଏଓଭର ତଳେ ଖାଲି ପଡ଼ିଥିବା ଖାଲି ସ୍ଥାନରେ ମଦୁଆଙ୍କ ଆସର ଜମୁଛି । ଫଳରେ ଅଧିକାଂଶ ସମୟରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି । କେବଳ ନିଶା ସେବନ ନୁହେଁ ବରଂ ଏହା ଅସ୍ଥାୟୀ ଡମ୍ପିଂୟାର୍ଡ ଓ ଶୌଚାଳୟ ପାଲଟିଗଲାଣି ।

Also Read:- ଗଛରେ ଝୁଲୁଥିଲା ‘P0086’ ଲେଖା ଅଜଣା ବସ୍ତୁ, ଜାଣନ୍ତୁ କ’ଣ କହିଲା ଇସ୍ରୋ

ଏପରିକି ଅଧିକାଂଶ ସମୟରେ ଫ୍ଲାଏଓଭର ତଳେ ଥିବା ଫାଟକ ଖୋଲା ରହୁଥିବାରୁ ବୁଲା ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ନିଶାଡ଼ିମାନେ ଫ୍ଲାଏଓଭର ତଳେ ରାଜୁତି କରୁଛନ୍ତି । ଏତେ ଦୁର୍ଗନ୍ଧ ହେଉଛି ଯେ ଫ୍ଲାଏଓଭର ତଳେ କିଛି ସମୟ ଠିଆ ହେବା ସମ୍ଭବପର ହେଉନାହିଁ । ଏହାକୁ ଦୃଷ୍ଟିରେ ରଖି ରାଜମହଲ ଛକ ଫ୍ଲାଏଓଭର ତଳ ଅଞ୍ଚଳର ବିକାଶ ପାଇଁ ନିଷ୍ପତ୍ତି ହୋଇଛି । ଏବେ ନୂଆ ରୂପ ପାଇବ ପାଇ ଯୋଜନା କରିଛି BDA ।

Watch Video: