ନୂଆଦିଲ୍ଲୀ: ଅନେକ ସମୟରେ ପ୍ରକୃତି ଏମିତି ଦୃଶ୍ୟ ଦେଖାଏ, ତା ଆଗରେ ଫିଲ୍ମର ସିନ୍ ଫିକା ଲାଗେ । ଠିକ୍ ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି , ଯେଉଁଥିରେ ଏକ ସିଂହୀ ‘The Lion King’ ଫିଲ୍ମର ‘ସିମ୍ବା’ ମୁମେଣ୍ଟ ଭଳି ସିନ୍ କରିଛି । ଏହି ଭିଡିଓ ପାକିସ୍ତାନର ଜଣେ ମହିଳା ନିଜ କ୍ୟାମେରାରେ କଏଦ କରିଛନ୍ତି । ପାକିସ୍ତାନୀ ମହିଳା ରୁବାବ ଇବାବ ବ୍ରିଟେନର ଓ୍ବେଷ୍ଟ ମିଡଲାଣ୍ଡସ୍ ସଫାରୀ ପାର୍କରେ ଏହି ଭିଡିଓ ସୁଟ୍ କରିଛନ୍ତି ।

ରିୟଲ୍ ଲାଇଫ୍ ଲାୟନ୍ କିଙ୍ଗ

ଭାଇରାଲ ଭିଡିଓରେ ଏକ ସିଂହୀ ଧୀରେ ଧୀରେ ଏକ ଉଚ୍ଚ ପାହାଡ଼ ଚଢ଼ିବା ଦେଖାଯାଉଛି। ଯେତେବେଳେ ସେ ପାହାଡ଼ର ଏକ ପାର୍ଶ୍ବରେ ପହଞ୍ଚିଛି, ସେ ଅଟକି ଯାଇଛି ଏବଂ ଦୂରକୁ ଚାହିଁ ରହିଛି। ତାର ପୋଜ୍ ଦି ଲାୟନ କିଙ୍ଗରେ ସିମ୍ବା ଦୃଶ୍ୟରେ ଦର୍ଶାଯାଇଥିବା ପୋଜ୍ ପରି। ସୂର୍ଯ୍ୟକିରଣ, ଉଚ୍ଚ ପାହାଡ଼ ଏବଂ ସିଂହୀର ପୋଜ୍ ପ୍ରକୃତରେ ଫିଲ୍ମ ଭଳି ମନେ ହେଉଛି । ଏହା ଯେପରି ‘ଦି ଲୟାନ କିଙ୍ଗ’ ଚଳଚ୍ଚିତ୍ରର ଦୃଶ୍ୟକୁ ଜୀବନ୍ତ କରି ଦେଇଛି ।

Also Read: ହିମାଚଳରେ ‘ଜଣେ ମହିଳା ବିଧାୟକ’ କହି ଫସିଲେ କଙ୍ଗନା, ଏବେ ଅଭିନେତ୍ରୀଙ୍କୁ ଟାର୍ଗେଟ କଲେ ବିକ୍ରମାଦିତ୍ୟ

ଭିଡିଓଟି ଦେଖିବା ପରେ ମନେ ପଡ଼ିଲା ଫିଲ୍ମ

ରୁବାବ୍ କହିଛନ୍ତି ଯେ, ଏହି ମୁହୂର୍ତ୍ତଟି ସ୍ୱପ୍ନ ପରି ଅନୁଭବ ହେଉଥିଲା। ସେ କହିଛନ୍ତି,ଏପରି ଅନୁଭବ ହେଉଥିଲା, ଯେପରି ସେ ସିଧା ‘ଲାୟନ କିଙ୍ଗ’ ଦୁନିଆରେ ପାଦ ଦେଇଛନ୍ତି। ଭିଡିଓଟି ଦେଖିବା ପରେ ଅନେକ ଲୋକ ଏହା ଏକ ‘ରିୟଲ ଲାଇଫ ଲାୟନ କିଙ୍ଗ’ ମୁମେଣ୍ଟ ବୋଲି ମଧ୍ୟ ମନ୍ତବ୍ୟ ଦେଇଛନ୍ତି । ଭିଡିଓଟି ସୋସିଆଲ ମିଡିଆରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । କେତେକ ଏହାକୁ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ବୋଲି କହୁଥିବା ବେଳେ ଅନ୍ୟମାନେ କହିଛନ୍ତି ଯେ, ଏପରି ଦୃଶ୍ୟ ଜୀବନରେ କେବଳ ଥରେ ଦେଖିବାକୁ ମିଳେ ।