ନୂଆଦିଲ୍ଲୀ ୧୯।୦୪: ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନର ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗାନ ରାଣାୱତଙ୍କୁ ଏବେ ସୋସିଆଲ ମିଡିଆର ଜୋରଦାର ଟ୍ରୋଲ କରାଯାଉଛି। ସେ ଟ୍ରୋଲିଂ ହେବାର କାରଣ ସଂସଦରେ ଦେଇଥିବା ଭାଷଣକୁ ନେଇ। ଲୋକସଭାରେ ନାରୀଶକ୍ତି ବନ୍ଦନ ଅଧିନିୟମ ( ମହିଳା ସଂରକ୍ଷଣ) ସହ ଜଡିତ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ଉପରେ ଆଲୋଚନାରେ ଭାଗନେଇ କଙ୍ଗନା କହିଥିଲେ ଯେ ତାଙ୍କ ରାଜ୍ୟ ହିମାଚଳ ପ୍ରଦେଶ ବିଧାନସଭାରେ ମାତ୍ର ଜଣେ ମହିଳା ବିଧାୟକ ଅଛନ୍ତି। କିନ୍ତୁ ବାସ୍ତବରେ ବିଧାନସଭାରେ ୩ ଜଣ ମହିଳା ବିଧାୟକ ଅଛନ୍ତି। ସେମାନଙ୍କ ମଧ୍ୟରୁ କଂଗ୍ରେସର ୨ ଜଣ ଓ ବିଜେପିର ଜଣେ ବିଧାୟକ ସାମିଲ।

ଅବଶ୍ୟ କଙ୍ଗନା ଦୁଇଦିନ ତଳେ ଲୋକସଭାରେ ଏହି ଭାଷଣ ଦେଇଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କର ଏହି ଭାଷଣ ସଂକ୍ରାନ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କଙ୍ଗନାଙ୍କୁ କଡା ସମାଲୋଚନା କରି ରାଜ୍ୟର ପୁର୍ବମନ୍ତ୍ରୀ ବିକ୍ରମାଦିତ୍ୟ କହିଛନ୍ତି ଯେ ହିମାଚଳ ପ୍ରଦେଶ ବିଧାନସଭାରେ କେତେଜଣ ମହିଳା ବିଧାୟକ ଅଛତି ବୋଲି ଯାହାଙ୍କୁ ଜଣାନାହିଁ, ସେ ପୁଣି ମହିଳା ସଶକ୍ତିକରଣ କଥା କହୁଛନ୍ତି। ସେହିଭଳି କିଛି ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଭୋଟ ଦେଇଥିବା ଲୋକଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେମାନେ ଲେଖିଛନ୍ତି ମଣ୍ଡି ସଂସଦୀୟ କ୍ଷେତ୍ରର ଭାଗ୍ୟ ସେହି ସାଂସଦଙ୍କ ଉପରେ ରହିଛି ଯାହାଙ୍କୁ ଜଣାନାହିଁ ନିଜ ରାଜ୍ୟ ବିଧାନସଭାରେ କେତେଜଣ ମହିଳା ଅଛନ୍ତି। ଏହାଠାରୁ ଦୁର୍ଭାଗ୍ୟଜନକ ଘଟଣା କିଛି ଆଉ ନାହିଁ ।

କଙ୍ଗନା ତାଙ୍କ ଭାଷଣରେ କହିଥିଲେ ହିମାଚଳ ପ୍ରଦେଶରେ ୬୮ଟି ବିଧାନସଭା କ୍ଷେତ୍ର ରହିଛି I କିନ୍ତୁ ଆମ ପାଖରେ ମାତ୍ର ଜଣେ ମହିଳା ବିଧାୟକ ଅଛନ୍ତି। ମାତ୍ର ଜଣେ। ସମଗ୍ର ଦେଶର ବିଭିନ୍ନ ବିଧାନସଭାରେ ଏହି ଅବସ୍ଥା ଦେଖିବାକୁ ମିଳିଛି । ଯାହାକି ୮ରୁ ୯ ପ୍ରତିଶତ ମଧ୍ୟରେ ରହିବ । ଲୋକସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା ଅବଶ୍ୟ ୧୩ ପ୍ରତିଶତ ରହିଛି । କିନ୍ତୁ ଏହା ବୈଶିକ ହାର ଠାରୁ ପଛରେ ଅଛି। ଆଜି ଏହି ମହାନ ଉତ୍ସବ ଆମ ଜୀବନରେ ଆସିଛି । କଙ୍ଗନା ଆହୁରି ମଧ୍ୟ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଗୋଟିଏ କଥା ଦୃଷ୍ଟିକୁ ଆସିଛି। ତାହା ହେଉଛି ପେଟରେ ମୁଷା ଦୌଡିବା । ଯେତେବେଳେ କିଛି ଭଲ ହେବାକୁ ଯାଉଥାଏ ସେତେବେଳେ ସେମାନଙ୍କ (କଂଗ୍ରେସ) ମୂଷା ଦୌଡିବାରେ ଲାଗିଥାଏ।

Also Read-Kanpur Twin Murder Case: ପ୍ରେମ ବିବାହ ପରେ ସନ୍ଦେହ ନେଲା ଯାଆଁଳା ଝିଅଙ୍କ ଜୀବନ, ସ୍ତ୍ରୀ ଖୋଲିଲା ଗୁମର...