ରୋମ: ଫ୍ରାନ୍ସ ଓ ବେଲଜିୟମ ପରେ ଏବେ ଇଟାଲୀ ମଧ୍ୟ ଦେଶରେ ବୁର୍ଖା ଓ ମୁଖା ଉପରେ ନିଷିଦ୍ଧାଦେଶ ଜାରି କରିବ। ନିଜେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଏହି ଘୋଷଣା କରିଛନ୍ତି। ମୋଲୋନୀ ରବିବାର ଅନୁଷ୍ଠିତ ତାଙ୍କ ପାର୍ଟିର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ସରକାର ସ୍କୁଲମାନଙ୍କରେ ମୁହଁ ଢାଙ୍କିବା ଉପରେ ରୋକ ଲଗାଇବା ଓ ସବୁ କ୍ଲାସରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସୀମିତ କରିବାକୁ ପ୍ରସ୍ତୁତି କରୁଛନ୍ତି। ବୁର୍ଖା ଓ ମୁଖା ଉପରେ ପୂର୍ବରୁ ଇୟୁରୋପୀୟ ଦେଶମାନେ କଟକଣା ଜାରି କରିଛନ୍ତି। ଏଥିରେ ଇଟାଲୀ ଏବେ ନୂଆ କରି ସାମିଲ ହୋଇଛି।

ଭୂ-ମଧ୍ୟସାଗରରେ ଅବସ୍ଥିତ ଇଟାଲୀ ସେହି ସବୁ ୟୁରୋପୀୟ ଦେଶଙ୍କ ମଧ୍ୟରେ ଅନ୍ୟତମ ଯେଉଁଠାକୁ ସର୍ବାଧିକ ପ୍ରବାସୀ ଆସନ୍ତି। ଏଣୁ ଦେଶରେ ଏବେ ପ୍ରବାସୀ ବଡ଼ ପ୍ରସଙ୍ଗ ପାଲଟିଛନ୍ତି। ପ୍ରବାସୀଙ୍କ ମଧ୍ୟରେ ଖାସ କରି ମୁସଲମାନ ବହୂଳ ଦେଶରୁ ଆସୁଥିବା ଲୋକଙ୍କୁ ସମାଜରେ ସାମିଲ କରିବାକୁ ନେଇ ଇଟାଲୀ ରାଜନୀତି ଓ ସାର୍ବଜନିକ ଜୀବନରେ ଏବେବି ବିତର୍କ ହୋଇ ରହିଛି। ଧାର୍ମିକ ପ୍ରତୀକ, ସାଂସ୍କୃତିକ ଏକିକରଣ, ନାଗରିକତା ନିୟମ ଓ ଇମିଗ୍ରେସନ ନୀତିକୁ ନେଇ ହେଉଥିବା ଚର୍ଚ୍ଚା ପ୍ରାୟତଃ ଲୋକଙ୍କ ରାୟକୁ ବାଣ୍ଟୁଛି।

ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିୟା ମେଲୋନୀ ସ୍କୁଲରେ ବୁର୍ଖା ଓ ମୁଖା ଉପରେ ରୋକ ଲଗାଇବା ଓ ସେହି ବିଦେଶୀ ଛାତ୍ରଛାତ୍ରୀଙ୍କ ଆଡମିସନକୁ ସୀମିତ କରିବାକୁ ଯୋଜନା କରୁଛନ୍ତି ଯେଉଁମାନେ ଇଟାଲୀ ଭାଷା କହି ବୁଝି ପାରୁନାହାନ୍ତି। ଏହି ପଦକ୍ଷେପ ଅନ୍ୟ ୟୁରୋପୀୟ ଦେଶଙ୍କ ଭଳି, ଏଠାରେ ଏହି ବିଷୟରେ ଅନ୍ୟ ୟୁରୋପୀୟ ସଂଘ ଦେଶଙ୍କ ତୁଳନା ମଧ୍ୟ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମେଲୋନୀ କହିଛନ୍ତି ଯେ ଖୁବ୍ ଶୀଘ୍ର ସ୍କୁଲ ସମ୍ପର୍କିତ ଏକ ବିଲ ମନ୍ତ୍ରୀମଣ୍ଡଳରେ ଉପସ୍ଥାପନା କରାଯିବ। ଏହାର ଉଦ୍ଦେଶ୍ୟ କ୍ଲାସ ରୁମରେ ବୁର୍ଖା ଓ ମୁଖା ପିନ୍ଧିବା ଉପରେ କଟକଣା ଜାରି କରିବା। ଏହାସହ କ୍ଲାସ ରୁମରେ ବିଦେଶୀ ଛାତ୍ରଙ୍କ ସୀମା ନିର୍ଦ୍ଧାରଣ ମଧ୍ୟ କରାଯିବ।