ଆନନ୍ଦପୁ-ବିଜ୍ଞାନ ଯୁଗରେ ଆଜିବି ଲୋକେ ଗୁଣି ଗାରିଡି ଉପରେ ବିଶ୍ବସ କରି ବଞ୍ଚୁଛନ୍ତି l ମେଡିକାଲରେ ଡାକ୍ତରଙ୍କ ଠାରୁ ଅଧିକ ବିଶ୍ୱାସ କରୁଛନ୍ତି ଗୁଣିଆ ବା ତାନ୍ତ୍ରିକ ଉପରେ l ବିଜ୍ଞାନର ସବୁଠାରୁ ସୁବର୍ଣ୍ଣ ଯୁଗରେ ଅନ୍ଧ ବିଶ୍ୱାସର ନଗ୍ନ ଚିତ୍ର ସମସ୍ତଙ୍କୁ ଆଶର୍ଯ୍ୟ କରିଦେଇଛି l ଅନ୍ଧ ବିଶ୍ୱାସ ମାୟାରେ ସଭ୍ୟ ସମାଜ ସାପ କାମୁଡିଥିବା ରୋଗୀକୁ ମେଡିକାଲ ବେଡ଼ରେ ଗୁଣିଆ ଆଣି ଝାଡା ଫୁଙ୍କା ।ଡାକ୍ତର ମୃତ ଘୋଷଣା କଲା ପରେ ମଧ୍ୟ ଲୋକଙ୍କୁ ବିଶ୍ୱାସ ହେଲାନି l ଶେଷରେ ସାପ କାମୁଡାର ଶିକାର ଯୁବକ ଙ୍କୁ ଡାକ୍ତର ମୃତ ଘୋଷଣା କରିବାପରେ ପରିବାର ଓ ସମ୍ପର୍କିୟ ମାନେ ଗୁଣିଆ ଡକାଇଲେ ॥ ମେଡିକାଲ ଠାରେ ଗୁଣିଆ ଆସି ମୃତ ଦେହକୁ ଝାଡି ସାପ ବିଷ ଉତାରିବାକୁ ଚେଷ୍ଟା କରିଥିଲେ । ହେଲେ ଶେଷରେ ଯୁବକ ଜଣକ ମୃତ ବୋଲି ଗୁଣିଆ ମଧ୍ୟ ସ୍ବିକାର କରିଥିଲେ ।

ଆଜି ସନ୍ଧ୍ୟାରେ ଅନ୍ଧବିଶ୍ବାସର ଏଭଳି ଏକ ନଜିର୍ ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ମୁଖ୍ଯ ଚିକିତ୍ସାଳୟରେ । ଘଷିପୁରା ଥାନା ଭଣ୍ଡାରିଡିହା ଗାଁର ଯୁବକ ସୁଶୀଲ କୁମାର ଭିତିରିଆଙ୍କୁ ଆଜି ମଧ୍ୟାହ୍ନରେ ଘର ନିକଟରେ ଏକ ବିଷଧର ସାପ କାମୁଡିଥିଲା l ପରିବାର ଓ ସାହି ପଡିଶାମିଶି ତୁରନ୍ତ ତାଙ୍କୁ ନେଇ ଆନନ୍ଦପୁର ଚିକିତ୍ସାଳୟ ଠାରେ ଭର୍ତ୍ତି କରିଥିଲେ l ଚିକିତ୍ସାରତ ଅବସ୍ଥାରେ ତାଙ୍କର ମୃତ୍ଯୁ ଘଟିଥିଲା l

also read -Saraskana CHC child death : ହସ୍ପିଟାଲରେ ଡାକ୍ତର ନାହାନ୍ତି, ଅପେକ୍ଷା କରି କରି ମୋ ପିଲା ଚାଲିଗଲା

ଚିକିତ୍ସାଳୟରେ ଡାକ୍ତରଙ୍କ କଥାକୁ ନାମାନି ଗୁଣିଆ ଡାକି ମୃତ ବ୍ୟକ୍ତିଙ୍କୁ ଭଲ କରିବାର ଦୁଃସାହସ ବୟାନ କରୁଛି ଆଜିବି ଗାଁ ଗହଳିରେ ଲୋକେ ସତ ପ୍ରତିଶତ ଭାବରେ ମେଡିକାଲକୁ ଭରସା କରୁନାହାନ୍ତି l ଡାକ୍ତର ଓ ମେଡିକାଲ ଅପେକ୍ଷା ଗୁଣି ଗାରିଡିକୁ ପ୍ରାଥମିକତା ଦେଉଛନ୍ତି ଲୋକେ