ନୂଆଦିଲ୍ଲୀ, ୦୨/୧୦ :ସୀମା ଡେଇଁ ପଶିବାକୁ ଚାହୁଁଥିଲେ ପାକିସ୍ତାନୀ । ବିଏସଏଫ ଗୁଳିରେ ଟଳିଲେ ଦୁଇ । ଏପରି ଘଟଣା ସାମ୍ନାକୁ ଆସିଛି ପଞ୍ଜାବର ତରନତାରନରେ ଥିବା ଭାରତ-ପାକିସ୍ତାନ ସୀମାରେ । ପାକିସ୍ତାନ ପଟୁକିଛି ବ୍ୟକ୍ତି ଭାରତ ମଧ୍ୟରେ ବେଆଇନ ବାବେ ପ୍ରବେଶ କରୁଥିବା ବେଳେ ବିଏସଏଫ ପକ୍ଷରୁ ଆକ୍ସନ ନିଆଯାଇଛି ।

ରିପୋର୍ଟ ଅନୁସାରେ, ତରନତାରନରେ ଥିବା ଭାରତୀୟ ସୀମା ରେଖା ମଧ୍ୟକୁ କିଛି ପାକିସ୍ତାନୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ବିଏସଏଫ ଯବାନ ସେମାନଙ୍କୁ ରୋକିବାକୁ କହିଥିଲେ । ହେଲେ ସେମାନେ ଭାରତୀୟ ଯବାନଙ୍କ କଥା ଶୁଣି ନଥିଲେ । ଯାହା ଫଳରେ ଯବାନମାନେ ଗୁଳି ଚାଳନା କରିଥିଲେ । ଏଥିରେ ଦୁଇ ଜଣପାକିସ୍ତାନୀ ନିହତ ହୋଇଛନ୍ତି । 

Also Read :- ସକାଳୁ ସକାଳୁ ୩ ଭୟଙ୍କର ଦୁର୍ଘଟଣା; ମହାରାଷ୍ଟ୍ରରେ ୭, ଗୋରଖପୁରରେ ୪ ମୃତ, କୈଞ୍ଚି ଧାମରେ ଓଲଟିଲା ବସ୍

ଏହି ଘଟଣା ଶୁକ୍ରବାର ଦିନ ସାଢେ ୧୨ଟାରେ ଘଟିଛି । ବିଏସଏଫର କହିବାନୁସାରେ, ପାକିସ୍ତାନ ତରଫରୁ ଚଟ୍ଟନଓ୍ୱାଲେ ଅଞ୍ଚଳରୁ ତିନିରୁ ଚାରି ଜଣ ଭାରତୀୟ ସୀମା ନିକଟରେ ବୁଲୁଥିଲେ । ଏହାପରେ ସେମାନେ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ପ୍ରଥମେ ସେମାନଙ୍କୁ ଚେତାବନୀ ଦିଆଯାଇଥିଲା । ହେଲେ ସେମାନେ ଶୁଣିନିଥିଲେ । ଫଳରେ ଯବାନମାନେ ଗୁଳିମାଡ କରିଥିଲେ ।

ତେବେ ଫାୟାରିଂ ବେଳେ ଅନ୍ୟ କିଛି ଜଣ ପାକିସ୍ତାନ ଆଡକୁ ଧାଇଁଥିଲେ । ଫଳରେ ସେମାନେ ବର୍ତ୍ତି ଯାଇଛନ୍ତି । ତେବେ ଏମାନେ କେଉଁ କାରଣ ପାଇଁ ଭାରତର ଅନୁପ୍ରବେଶ କରୁଥିଲେ ସେନେଇ ତଦନ୍ତ ଜାରି ରହିଛି ।