ଲାହୋର, ୨୬।୧୧:ନିଜ କଲେଜକୁ ବୋମାରେ ଉଡାଇ ଦେବାକୁ ପ୍ଲାନ୍ କରୁଥିଲେଛାତ୍ର। ଏଆଇକୁ ପଚାରି ବୁଝୁଥିଲେ ବୋମା ତିଆରିର ତରିକା । ହେଲେ ଧରା ପଡିଗଲା ସବୁ । ଶେଷରେ ବାନ୍ଧିନେଲା ପୋଲିସ । ଏପରି କିଛି ଘଟଣା ସାମ୍ନାକୁ ଆସିଛି ପାକିସ୍ତାନର ଲାହୋରରେ । ଏଠାରେଜଣେଛାତ୍ରଙ୍କୁ ପୋଲିସ ଗିରଫ କରିଛି । ଏହି୧୭ବର୍ଷୀୟ ନାବାଳକ ଜଣଙ୍କୁ ଆନ୍ଥ୍ରୋପିକକୁ ବୋମା ବାବଦରେ ପଚାରୁଥିଲେ ।

ଲାହୋରର ପୋଲିସ ଅଧିକାରୀ ଆତିଫ୍ ଅମୀରଙ୍କ କହିବାନୁସାରେ, ଆମେରିକୀୟ ଏଜେନ୍ସି ଏଫବିଆଇ ଏବଂ କ୍ଲାଉଡ୍ ଏଆଇ ନାବାଳକଙ୍କ ଚାଟ୍ ବାବଦରେ ତଥ୍ୟ ଦେଇଥିଲେ । ଏଆଇ ସହ ନାବାଳକ କଣ କଥା ହୋଇଥିଲେ ତାହାର ବିସ୍ତୃତ ତଥ୍ୟ ମିଳିଥିଲା । ଏହି ଚାଟରେ ହିଁ ଛାତ୍ରଜଣଙ୍କ ଏକ କଲେଜକୁ ବୋମାରେ ଉଡାଇବାକୁ ପ୍ଲାନ୍ କରୁଥିବା ଜଣା ପଡିଥିଲା । ଏହା ସେ ପଢୁଥିବା କଲେଜ ହୋଇପାରେ ବୋଲି ସନ୍ଦେହ କରାଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରବିବାର ତଥ୍ୟ ମିଳିବା ପରେ ସୋମବାର ପୋଲିସ ଲାହୋରର ବିଦିୟା ରୋଡ୍ ସ୍ଥିତ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ରେଡ୍ କରିଥିଲା । ଏଠାରୁ ସଂପୃକ୍ତ ନାବାଳକଙ୍କୁ ଗିରଫ କରାଯାଇଛି । ସେ କଲେଜ ସମେତ ବଡ ବଡ କୋଠାକୁ କିପରି ବୋମାରେ ଧ୍ୱଂସ କରାଯିବ ସେନେଇ ଏଆଇକୁ ତଥ୍ୟ ମାଗୁଥିଲେ। ଏପରିକି ପୋଟାସିୟମ ଆମୋନିୟମ ନାଇଟ୍ରେଟ୍ ର ବ୍ୟବହାର କିପରି ହେବ ସେନେଇ ମଧ୍ୟ ପ୍ରଶ୍ନ କରୁଥିଲେ।

Also Read :- ନଭେମ୍ବର ସରିଲାଣି, ଶୀତର ଦେଖା ନାହିଁ ; କେବେଠୁ ଥରିବ ଓଡ଼ିଶା?

ରେଡ୍ ବେଳେ ସୁରକ୍ଷାକର୍ମୀ ଏକ ଲାପଟପ୍ ଜବତ କରିଛନ୍ତି । ଯେଉଁଥିରେ ସେ ଏଆଇ ବ୍ୟବହାର କରୁଥିଲେ । ତେବେ ତାଙ୍କ ଘରୁ କୌଣସି ବିସ୍ଫୋରକ ସାମଗ୍ରୀ କିମ୍ବା ଅସ୍ତ୍ରଶସ୍ତ୍ର ଜବତ କରାଯାଇନାହିଁ । ତାଙ୍କ ବିରୋଧରେ ପାକିସ୍ତାନର ପିଇସିଏ ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଛି ।

ଅନ୍ୟ ଦିଗରେ ଛାତ୍ରଙ୍କ ମାନସିକ ସ୍ଥିତିର ଯାଂଚ୍ କରାଯାଉଛି । ତାଙ୍କ ମୋବାଇଲକୁ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି । ସେ କେଉଁ ଆତଙ୍କବାଦୀ ସଙ୍ଗଠନ ସହ ସାମିଲ ଅଛନ୍ତି ନା ନାହିଁ ସେନେଇ ତଦନ୍ତ ଜାରି ରହିଛି ।