ଭୁବନେଶ୍ୱର ୨୬।୧୧ : ନଭେମ୍ବର ମାସ ସରିବାକୁ ବସିଲାଣି । ହେଲେ ଓଡ଼ିଶାରେ ଶୀତର ଦେଖା ନାହିଁ । ଯେଉଁ ସମୟରେ କାଲୁଆ ପବନରେ ଥରିବା କଥା, ସେହି ସମୟରେ ଲୋକେ ଏସି ଓ ଫ୍ୟାନ୍ ଲଗାଇ ଶୋଉଛନ୍ତି । କିଛି ସ୍ଥାନରେ କୁହୁଡ଼ି ଦେଖାଦେଉଥିଲେ ମଧ୍ୟ ଶୀତର ପ୍ରକୋପ ଅନୁଭୂତ ହେଉନାହିଁ । ତେବେ ଆଉ କେତେଦିନ ଅପେକ୍ଷା କରିବାକୁ ପଡ଼ିବ ଶୀତକୁ ? କେବେଠୁ ଖସିବ ପାରଦ? କେବେଠୁ ଆରମ୍ଭ ହେବ ଅସଲି ଶୀତର ଲହରୀ?

ପାଣିପାଗ ଆକଳନ ଅନୁସାରେ, ନଭେମ୍ବର ୨୮ରୁ ରାଜ୍ୟରେ ରାତି ତାପମାତ୍ରା ୨ରୁ ୫ ଡିଗ୍ରୀ ହ୍ରାସ ପାଇପାରେ । ଡିସେମ୍ବର ପ୍ରଥମ ସପ୍ତାହର ଶେଷ ଆଡ଼କୁ ଶୀତର ପ୍ରକୋପ ବଢ଼ିବା ସମ୍ଭାବନା ରହିଛି । ସେପଟେ ୮ ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି ହୋଇଛି। ତେବେ ରାଜ୍ୟରେ ଶୀତର ବିଳମ୍ବ ପଛରେ କାରଣ କ'ଣ ? କୁହୁଡ଼ି ଓ ଶୀତ ମଧ୍ୟରେ କ'ଣ ସମ୍ପର୍କ ? ଆଗକୁ ପାଗର ଗତି କେଉଁ ଦିଗକୁ ? ଏସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି CEC ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡ. ଶରତ ସାହୁ ।

Watch Video:-