ଭୁବନେଶ୍ୱର/ବାରିପଦା ୦୯।୦୯ : ବାଲେଶ୍ୱରରୁ ୫ ଓରାଙ୍ଗଓଟାନ୍ ଠାବ ଘଟଣା । ବାଲେଶ୍ୱରରୁ ଧରାପଡିବା ପରେ ସମସ୍ତଙ୍କୁ ଏବେ ନନ୍ଦନକାନନରେ ରଖାଯାଇଛି । ସମସ୍ତେ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ଲଗାତର ଭାବେ ଡାକ୍ତରୀ ଟିମ୍ କଡ଼ା ନଜର ରଖିଛି ।

ସେପଟେ ଏହି ଘଟଣାକୁ ନେଇ ଆରସିସିଏଫ୍ କହିଛନ୍ତି ଯେ, ଓରାଙ୍ଗଓଟାନ୍ କେଉଁଠାରୁ ଓ କେମିତି ଆସିଲେ, ବନ ବିଭାଗ ଓ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି। ସାରା ବିଶ୍ୱରେ ମାତ୍ର ୮ଶହରୁ ହଜାରେ ସଂଖ୍ୟାରେ ଓରାଙ୍ଗଓଟାନ୍ ବଞ୍ଚିଛନ୍ତି । ଏହି ପ୍ରଜାତିର ଚୋରାଚାଲାଣରେ ଆନ୍ତର୍ଜାତିକ ସ୍ମଗ୍ଲିଂ ଲିଙ୍କ୍ ଥାଇପାରେ ବୋଲି ସନ୍ଦେହ କରୁଛି। ତେଣୁ ଏକ ସ୍ୱତନ୍ତ୍ର ଜଏଣ୍ଟ ଟାସ୍କ ଫୋର୍ସ ପଶ୍ଚିମବଙ୍ଗ ଦୀଘା ଠାରୁ ବାଲେଶ୍ୱର, ଜଳେଶ୍ୱର ଓ ଭୋଗରାଇ ଅଞ୍ଚଳର ବିଭିନ୍ନ ରାସ୍ତାଘାଟରେ ଲାଗିଥିବା ସିସଟିଭି ଫୁଟେଜ୍ ର ଯାଞ୍ଚ ଆରମ୍ଭ କରିଛି। ତା ସହିତ ଉଦ୍ଧାର ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଏକାଧିକ କଳା ରଙ୍ଗର କାରର ଗତିବିଧି ସନ୍ଦେହ ହୋଇଛି । ସେଗୁଡ଼ିକୁ ଠାବ କରିବାକୁ ଚେଷ୍ଟା ଜାରି ରହିଛି ।

Also Read:-Orangutan Odisha: ଭୋଗରାଇରୁ ଉଦ୍ଧାର ୫ ଓରାଙ୍ଗଓଟାନଙ୍କୁ ମିଳିବ କି ନନ୍ଦନକାନନରେ ସ୍ଥାନ ? ସେଣ୍ଟ୍ରାଲ୍ ଜୁ’ ଅଥରିଟିକୁ ଅନୁମତି ମାଗିଲା ରାଜ୍ୟ

ଅନ୍ୟପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ୍ ସିଂ ଖୁଣ୍ଟିଆ କହିଛନ୍ତି ଯେ, ଆମେ ବାଲେଶ୍ୱର ଜିଲ୍ଲା ଭୋଗରାଇର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଓଟାନ୍ଙ୍କୁ ନନ୍ଦନକାନନରେ ରଖିବା ପାଇଁ Central Zoo Authorityକୁ ଅନୁମତି ମାଗିଛୁ । ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ଅନୁମତି ମଗାଯାଇଛି । ବର୍ତ୍ତମାନ ଓରାଙ୍ଗଓଟାନ୍ମାନଙ୍କୁ ନନ୍ଦନକାନନରେ କ୍ୱାରେଣ୍ଟାଇନରେ ରଖାଯାଇଛି । ସେମାନଙ୍କ ପାଇଁ ଇଣ୍ଡୋନେସିଆ ଭଳି ଜଳବାୟୁ ବ୍ୟବସ୍ଥା କରାଯାଇଛି । ସେହିପରି ଯଦିଏ ରାକେଟ୍ରେ କିଏ ସାମିଲ ଥିବ, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ତଦନ୍ତକାରୀ ଟିମ୍ ଲଗାତର ଭାବେ ନିଜର ତଦନ୍ତ ଜାରି ରଖିଛି ।