ଭୁବନେଶ୍ୱର, ୨୧/୦୮ : ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ମୁହଁ ଖୋଲିଛନ୍ତି ଅନଲାଇନ ଅଟୋ ସଂଘର ସଭାପତି । ସଙ୍ଘ ସଭାପତି ଦୀନବନ୍ଧୁ ନାୟକ ଏକ ଭିଡିଓ ବାର୍ତ୍ତା ମାଧ୍ୟରେ ପ୍ରତିକ୍ରିୟା ରଖିବା ସହ ଜନ ସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ।

ସେ କହିଛନ୍ତି ଯେ, ସେଦିନର ଅଘଟଣ ପାଇଁ ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଜନତାଙ୍କ ଅସୁବିଧା ପାଇଁ ସେ ଦୁଃଖିତ । ଆନ୍ଦୋଳନରେ କୌଣସି ରାଜନୀତି ନାହିଁ । କିନ୍ତୁ ୧୪ ମିନିଟର ଭିଡିଓ ବାର୍ତ୍ତାରେ ଡ୍ରାଇଭର ମାନଙ୍କ ସପକ୍ଷରେ ମଧ୍ୟ ମତ ଦେଇଛନ୍ତି। ନିଜର ହକ୍ ପୂରଣ ହେଉନଥିବାରୁ ସେ ଆନ୍ଦୋଳନ ପନ୍ଥା ଆପଣାଇଥିବା ଭିଡିଓ ବାର୍ତ୍ତାରେ ପ୍ରକାଶ କରିଛନ୍ତି ।

Also Read :- ବିପଦ ସଙ୍କେତ ତଳେ ବୈତରଣୀ, ତଥାପି ଟଳିନି ବିପଦ ! ୨୦୫ ସ୍କୁଲ ଓ ୨୬୫ ଅଙ୍ଗନଓ୍ୱାଡ଼ି ବନ୍ଦ

ସୂଚନାଯୋଗ୍ୟ, ଗଣ୍ଡଗୋଳ ଘଟଣାରେ ୧୧୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଘଟଣାରେ ୩୫୪ଟି ଗାଡ଼ି ଜବତ କରାଯାଇଛି। ଏନେଇ ଖାରବେଳନଗର ଥାନାରେ ୭ଟି ଏଫଆଇଆର୍ ରୁଜୁ ହୋଇଛି । ଟ୍ୟାକ୍ସି ଆସୋସିଏସନ ଘର ଉପରେ ବୁଲଡୋଜର ବି ଚାଲିଛି । ସେପଟେ ଅଭିଯୁକ୍ତ ଗାଡି ମାଲିକ ଚଳାଉଥିବା ଗାଡିର ପରମିଟ, RC କାହିଁକି ବାତିଲ ନହେବ ବୋଲି ସୋ' କଜ୍ ନୋଟିସ ଜାରି କରିଛି ପରିବହନ ବିଭାଗ। ଅନ୍ୟ ଦିଗରେ ମାଷ୍ଟରକ୍ୟାଣ୍ଟିର ଘଟଣା ପରଠୁ ସଙ୍ଘ ସଭାପତି ଦୀନବନ୍ଧୁ ଫେରାର ରହିଛନ୍ତି । ତାଙ୍କୁ ଧରିବା ପାଇଁ ମଧ୍ୟ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରୁଛି ।