ବଲାଙ୍ଗିର ୧୪।୯: ବଲାଙ୍ଗିର ପୁଇଁନ୍ତଲା ଥାନା ଅନ୍ତର୍ଗତ କୁଲୁଥିପାଲିରେ ଘରୋଇ ସ୍କୁଲ ବସ୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ ବସ୍ ମଧ୍ୟ ଓଲଟି ପଡିଥିବା ଦେଖିବାକୁ ମିଳିଛି ।

ବଲାଙ୍ଗିରର ଏକ ଘରୋଇ ସ୍କୁଲର ବସ୍ ଗଣେଶ ପୂଜା ପାଇଁ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଦ୍ରୁତ ଗତିରେ ଥିବା ହେତୁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଦୁଇ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ଜଣଙ୍କର ଘଟଣା ଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ମୃତ ବ୍ୟକ୍ତି ଜଣକ ଘନଶ୍ୟାମ ପ୍ରଧାନ ହୋଇଥିବା ବେଳେ ଗୁରୁତର ରବିଚନ୍ଦ୍ର ପ୍ରଧାନ ବୋଲି ଜଣାପଡିଛି । ଉଭୟ ବଲାଙ୍ଗିର କୁଲୁଥିପାଲି ଗ୍ରାମର ବୋଲି ସୂଚନା ରହିଛି ।

​​​​​​​

Also Read:- ବାଇକ୍‌କୁ ପଛରୁ ପିଟିଲା କୋଇଲା ଟ୍ରକ୍, ଚାଲିଗଲା ମାଆ ଓ ଶିଶୁର ଜୀବନ

ଅନ୍ୟପଟେ ଦୁର୍ଘଟଣା ଘଟାଇ ସ୍କୁଲ ବସ୍ ଡ୍ରାଇଭର ଫେରାର ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୁଇଁନ୍ତଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଲୋକ ଅଭିଯୋଗ କରିଛନ୍ତି ବେପରୁଆ ଗାଡି ଚାଲାଣ ପାଇଁ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି । ସେପଟେ ମୃତକଙ୍କ ପରିବାର ଲୋକ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

Watch Video: