ଭୁବନେଶ୍ୱର ୦୬।୦୬ : ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍। ଭୁବନେଶ୍ଵର, ବାରିପଦା, ଧର୍ମଶାଳା ଏବଂ ବାଲିଗୁଡ଼ାରେ ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ।

ଖବର ଅନୁଯାୟୀ, ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କର ଭୁବନେଶ୍ଵର ଚନ୍ଦ୍ରଶେଖରପୁର ସ୍ଥିତ ଏକ ଚାରି ମହଲା କୋଠା, ଶୈଳେଶ୍ରୀବିହାର ସ୍ଥିତ ତିନି ମହଲା ଘର, ପଟିଆ ସ୍ଥିତ ଦୁଇ ମହଲା ଘର, ଚନ୍ଦ୍ରଶେଖରପୁର ସ୍ଥିତ ଦୁଇ ମହଲା ଘର, ଧର୍ମଶାଳା ସ୍ଥିତ ପୈତୃକ ଘର, ବାରିପଦା ଟାଉନରେ ଥିବା ସମ୍ପର୍କୀୟଙ୍କ ଘର, ଧର୍ମଶାଳା କଲେଜ ନିକଟରେ ଥିବା ସମ୍ପର୍କୀୟଙ୍କ ଘର, ସହକାରୀ ଯନ୍ତ୍ରୀଙ୍କ ଅଫିସ୍ ଏବଂ ସରକାରୀ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି। ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର, ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି।

Also Read:-CBI Raid : ରାଉରକେଲା ଷ୍ଟେସନରେ ବଡ଼ଧରଣର ଚଢାଉ, ଆରପିଏଫ୍ ଅଧିକାରୀଙ୍କ ଘରେ ଚାଲିଛି ଚଢାଉ