ରାଉରକେଲା ୦୬।୦୬ : ସିବିଆଇ ପଞ୍ଝାରେ ଆରପିଏଫ୍‌ ଅଧିକାରୀ । ରାଉରକେଲା ଆରପିଏଫ୍ ଇନ୍ସପେକ୍ଟର କମଲେସ୍ ସମାଦାରଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିକେସନ୍ (ସିବିଆଇ)ର ତିନି ଜଣିଆ ଟିମ୍ ପକ୍ଷରୁ ଚଢାଉ ଚାଲିଛି।

ସୂଚନାନୁସାରେ, ଶୁକ୍ରବାର ରାତି ପ୍ରାୟ ୯ ଟାରେ ସିବିଆଇର ତିନି ଜଣିଆ ଦଳ ରେଲୱେ କଲୋନିର ଛୋଟା ପାର୍କ ନିକଟରେ ରହିଥିବା ଆରପିଏଫ୍ ଇନ୍ସପେକ୍ଟରଙ୍କ ସରକାରୀ ବାସଭବନ ଓ ରେଲୱେ ଷ୍ଟେସନ ନିକଟରେ ରହିଥିବା କାର୍ଯ୍ୟାଳୟରେ ଏକାସାଙ୍ଗେ ଚଢାଉ କରିଥିଲା । ଘର ଓ କାର୍ଯ୍ୟାଳୟରେ ସିବିଆଇ ଅଧିକାରୀମାନେ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛନ୍ତି । ଏହାସହିତ ଇନ୍ସପେକ୍ଟର ଶ୍ରୀ ସମାଦାରଙ୍କ ପରିଚିତ ତଥା ଜଣେ ସପ୍ଲାୟରଙ୍କ ବାସଭବନରେ ମଧ୍ୟ ସିବିଆଇ ଚଢାଉ କରିଛି ।

Also Read:-ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ୟୁଏସ-ଇରାନ ମୁହାଁମୁହିଁ…ଆମେରିକାର ରାଡାର୍ ଉପରେ ଡ୍ରୋନ୍ ଆକ୍ରମଣ

ରାଉରକେଲା ରେଲୱେ ଷ୍ଟେସନ ପରିସରରେ ଅବୈଧ ବିକ୍ରୟ ଏବଂ ଅନ୍ୟାନ୍ୟ ଅଭିଯୋଗକୁ ରଫାଦଫା କରିବା ପାଇଁ ଟଙ୍କା ନେଣଦେଣ କରୁଥିବାର ଅଭିଯୋଗ ଆସିଥିଲା । ଏହି ସଙ୍ଗୀନ ଅଭିଯୋଗ ପରେ ସିବିଆଇ ପକ୍ଷରୁ ଏହି ଚଢାଉ କରାଯାଉଥିବା ସୂଚନା ମିଳିଛି।