ଜଗତସିଂହପୁର ୨୪।୮: ଜଗତସିଂହପୁର ନାଉଗାଁ ତହସିଲର ବରିଷ୍ଠ ରାଜସ୍ୱ ସହାୟକ ଭଞ୍ଜ କିଶୋର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ରଘୁନାଥପୁର ବ୍ଲକ୍ ପାଟେଣୀ ଗାଁ ସ୍ଥିତ ପୈତୃକ ଘର, ଅଫିସ, ଶ୍ବଶୁର ଘର ଆଦି ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ । ତିର୍ତ୍ତୋଲ ବ୍ଲକରେ କାର୍ଯ୍ୟରତ ଥିବା ବେଳେ ଭଞ୍ଜ କିଶୋର ୩ କୋଟି ୨ ଲକ୍ଷ ୯୫ ହଜାର ଟଙ୍କାର ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ଗତ ୧୨ ଅଗଷ୍ଟରେ ଭଞ୍ଜ କିଶୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ ।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ର ପ୍ରାକ୍ତନ ଏସଆରଏ ଭଞ୍ଜ କିଶୋର ବେହେରାଙ୍କ ଗିରଫ ପରେ ସୋମବାର ଏକାସାଙ୍ଗରେ ୬ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସର ଚଢ଼ାଉ କରିଛି । କଟକ ଭିଜିଲାନ୍ସ ଥାନା କେସ୍ ଅନୁଯାୟୀ, ତିର୍ତ୍ତୋଲ ବ୍ଲକ୍ର ପ୍ରାକ୍ତନ ଏସଆରଏ ତଥା ବର୍ତ୍ତମାନ ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲର ଏସଆରଏ ଭାବେ କାର୍ଯ୍ୟରତ ଥିବା ଭଞ୍ଜ କିଶୋର ବେହେରାଙ୍କ ଘରେ ଚଢ଼ାଉ । ୩ କୋଟିରୁ ଉର୍ଦ୍ଧ୍ୱ ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗ ମାମଲାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ପାଟେଣୀ ଗାଁ ଠାରେ ଥିବା ପାଖାପାଖି ୭,୦୦୦ ବର୍ଗଫୁଟର ଗୋଟିଏ ଦୁଇ ମହଲା ଆବାସିକ କୋଠା, ପାଖାପାଖି ୪,୦୦୦ ବର୍ଗଫୁଟର ଗୋଟିଏ ଟେଣ୍ଟ ହାଉସ୍, ୩,୦୦୦ ବର୍ଗଫୁଟର ଆଉ ଗୋଟିଏ ଦୁଇ ମହଲା କୋଠା, ନାଉଗାଁ ତହସିଲ ସ୍ଥିତ ଅଭିଯୁକ୍ତ ଭଞ୍ଜ କିଶୋର ବେହେରାଙ୍କ କାର୍ଯ୍ୟାଳୟ, ପୂର୍ବରୁ କାର୍ଯ୍ୟରତ ଥିବା ତିର୍ତ୍ତୋଲ ବିଡିଓଙ୍କ କାର୍ଯ୍ୟାଳୟ ଓ ରଘୁନାଥପୁର ଥାନା ଅନ୍ତର୍ଗତ ସାନକୋରକୋରା ଗାଁରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର ଉପରେ ଚଢ଼ାଉ ଜାରି ରହିଛି ।

ପୂର୍ବରୁ, ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲରେ ସମ୍ପ୍ରତି SRA ଭାବେ କାର୍ଯ୍ୟରତ ତିର୍ତ୍ତୋଲ ବ୍ଲକର ପୂର୍ବତନ SRA ଭଞ୍ଜ କିଶୋର ବେହେରାଙ୍କୁ ୩,୦୨,୯୫,୦୦୦/- ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଅଗଷ୍ଟ ୧୨ ତାରିଖରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଥିଲା ।

Also Read:- ପିଆଜ ଦର ଆକାଶଛୁଆଁ, ସପ୍ତାହକ ତଳେ ଥିଲା ୨୦ ଟଙ୍କା, ଏବେ ହେଲାଣି ୬୦…

୨୦୧୧-୧୨ ରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ହୋଇଥିବା ଏକ ବ୍ୟାପକ ତଦନ୍ତ ସମୟରେ, ଓଡ଼ିଶା ଭିଜିଲାନ୍ସ ତିର୍ତ୍ତୋଲ ବ୍ଲକ୍ କାର୍ଯ୍ୟାଳୟରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ SRA ଭଞ୍ଜ କିଶୋର ବେହେରାଙ୍କ ଦ୍ୱାରା ଯୋଜନାବଦ୍ଧ ଭାବେ କରାଯାଇଥିବା ଆର୍ଥିକ ଜାଲିଆତିର ପର୍ଦ୍ଦାଫାଶ କରିଥିଲା । ଭଞ୍ଜ କିଶୋର ବେହେରା ସରକାରୀ ଦରମା ରେଜିଷ୍ଟର ଏବଂ ଅର୍ଥ ପ୍ରଦାନ ସମ୍ବନ୍ଧୀୟ କାଗଜପତ୍ର ଜାଲିଆତି ଓ ଫେରବଦଳ କରି ଅର୍ଥ ଆତ୍ମସାତ୍ କରିଥିବା ଜଣାପଡ଼ିଥିଲା ।

ଓଡ଼ିଶା ଭିଜିଲାନ୍ସ ଟିମ୍ ଦ୍ୱାରା ଅଧିକ ଜେରା ସମୟରେ, ଭଞ୍ଜ କିଶୋର ବେହେରା ଆତ୍ମସାତ୍ କରିଥିବା ପ୍ରାୟ ୨ କୋଟି ଟଙ୍କାରେ ୭,୦୦୦ ବର୍ଗଫୁଟର ଏକ ଆବାସିକ କୋଠା, ଟେଣ୍ଟ ହାଉସ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସମ୍ପତ୍ତି ଅର୍ଜନ କରିଥିବା ସ୍ୱୀକାର କରିଛନ୍ତି । ତାଙ୍କ ଗିରଫଦାରୀ ପରେ, ଆଜି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସଙ୍କ ସହ ଜଡ଼ିତ ୬ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ।

Watch Video: