ଭୁବନେଶ୍ଵର: ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ଏବଂ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରି ପାରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଲେଣି। ଅନେକ କମ୍ପାନି ସହ ଏମଓୟୁ ମଧ୍ୟ ସ୍ଵାକ୍ଷରିତ ହୋଇ ସାରିଛି। ଏହି କ୍ରମରେ ‘ସମୃଦ୍ଧ ଓଡ଼ିଶା–୨୦୩୬’ ଲକ୍ଷ୍ୟ ପୂରଣ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ୪,୫୭୩.୮୭ କୋଟି ବିନିଯୋଗ ବିଶିଷ୍ଟ ୨୩ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାର ଶିଳ୍ପାୟନକୁ ଗତିଶୀଳ କରିବା ପାଇଁ ନିବେଶକ-ଅନୁକୂଳ ନୀତି ଓ ସୁବିଧା ପ୍ରଦାନକୁ ଜାରି ରଖିଛନ୍ତି। ‘ସମୃଦ୍ଧ ଓଡ଼ିଶା–୨୦୩୬’ ଲକ୍ଷ୍ୟ ପୂରଣ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ସ୍ୱରୂପ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୮ତମ ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ମୋଟ ୪,୫୭୩.୮୭ କୋଟି ବିନିଯୋଗ ବିଶିଷ୍ଟ ୨୩ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୨୨,୮୭୩ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

Also Read: ଅଗଷ୍ଟରୁ ମହଙ୍ଗା ହେବ ମାରୁତି ସୁଜୁକି କାର୍: ଗତ ଦୁଇ ମାସରେ ଦୁଇଥର ବଢ଼ିଲାଣି ଦର!

ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଆଇଟି ଓ ଆଇଟିଇଏସ୍, ଗ୍ରୀନ୍ ଏନର୍ଜି, ବ୍ୟାଟେରୀ ଓ ଏନର୍ଜି ଷ୍ଟୋରେଜ୍, କେମିକାଲ୍, ବସ୍ତ୍ର ଓ ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ, ଷ୍ଟିଲ୍ ଡାଉନ୍ଷ୍ଟ୍ରିମ୍, ଔଷଧ ଓ ମେଡିକାଲ୍ ଡିଭାଇସ୍, ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା ଓ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରକୁ ଆବରଣ କରିଛି। ଏହା ରାଜ୍ୟର ସନ୍ତୁଳିତ ଶିଳ୍ପ ବିକାଶ ଓ ନୂତନ ବିନିଯୋଗ ଆକର୍ଷଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ରାଜ୍ୟ ସରକାର କହିଛନ୍ତି।