ଭୁବନେଶ୍ଵର: ରାଜ୍ୟସଭାରେ ବିଜେଡି ଓ କଂଗ୍ରେସ ମିଳିତ ପ୍ରାର୍ଥୀ ଦେବା ପରେ ଉଭୟ ଦଳର ସଂପର୍କ ଏବେ ନିବିଡ଼ ହେବାରେ ଲାଗିଛି । ବିଧାନସଭାରୁ ନେଇ ରାଜ ରାଜରାସ୍ତା ଯାଏଁ ଏକାଠି ଲଢେଇ କରିବା କରିବା ଦେଖିବାକୁ ମିଳିଛି। ଏହାରି ଭିତରେ ବିଜେପିକୁ ଚେକ୍ ଦେବାକୁ ଉଭୟ ଦଳ ପଂଚାୟତ ନିର୍ବାଚନରେ ଏକାଠି ହୋଇ ନିର୍ବାଚନ ଲଢିବା ସଂଭାବନା ଦେଖାଦେଇଛି।

ମେଣ୍ଟ ଆଡ଼କୁ ମୁହାଁଉଛନ୍ତି କି ବିଜେଡି - କଂଗ୍ରେସ ? ରାଜ୍ୟସଭା ନିର୍ବାଚନ ପରେ ମଧୁର ହେଉଛି କି ଉଭୟ ଦଳର ସମ୍ପର୍କ ? ପଂଚାୟତ ନିର୍ବାଚନରେ ପଡିବ କି ମେଣ୍ଟର ମୂଳଦୁଆ ? ଏମିତି କିଛି ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିରେ ଜୋର ଧରିବାରେ ଲାଗିଛି। ରାଜ୍ୟସଭା ନିର୍ବାଚନରେ ମିଳିତ ପ୍ରାର୍ଥୀ ଦେବା ପରଠାରୁ ଉଭୟ ଦଳ ଏବେ ପରସ୍ପର ଆଡ଼କୁ ଆଉଜିବାରେ ଲାଗିଛନ୍ତି। ଏହାର ଏକାଧିକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଲାଣି।

Also Read: ବିଧାନସଭାରେ ବିଧାୟକଙ୍କ ବ୍ଲାଙ୍କ ଫାୟାରିଂ ପ୍ରସଙ୍ଗ ଉଠାଇବେ ବିରୋଧୀ, ବିଜେପି କହିଲା- ଆଇନର ଉର୍ଦ୍ଧ୍ବରେ କେହି ନୁହନ୍ତି

ନିକଟତର ହେବାର ବଡ଼ ଫ୍ୟାକ୍ଟର 

୧- ବିଧାନସଭାରେ ଉଭୟ ବିଜେଡି-କଂଗ୍ରେସ ଆଭିମୁଖ୍ୟ ସମାନ ରଖିଛନ୍ତି। କଳାପୋଷାକ ପିନ୍ଧି ଗୃହ ଭିତରେ ଏକାଠି ପ୍ରତିବାଦ କରିଛନ୍ତି। ୨ – କୋକେଇ ଶୋଭାଯାତ୍ରାରେ ଏକାଠି ଚାଲିଥିଲେ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ୩ ଏସସିବି ଘଟଣାରେ ମୃତକଙ୍କ ଏକାଦଶାହ ଏକାଠି ପାଳନ କରିଥିଲେ ୪ – କଟକରେ ମଧ୍ୟ ଏସସିବି ପ୍ରସଙ୍ଗରେ ସବୁ ବିରୋଧୀ ହେବା ବେଳେ ଉଭୟଙ୍କ କେମିଷ୍ଟ୍ରି ଥିଲା ଆଉ ଟିକେ ଅଧିକା । ସରକାରଙ୍କ ବିରୋଧରେ ଏବେ ଏକାଠି ଚାଲୁଛନ୍ତି ଏକାଠି ସ୍ବର ଉଠାଉଛନ୍ତି ତେଣୁ ଆଗକୁ ଏକାଠି ମୈଦାନକୁ ଡେଇଁବା ଚର୍ଚ୍ଚା ମଧ୍ୟ ହେଉଛି। ଏ ସଂପର୍କର ଆଗାମୀ ଦିନରେ କେଉଁ ରୂପ ନେଉଛି ତାହା ସମୟ କହିବ ବୋଲି କହିଛନ୍ତି ବିଜେଡି ଓ କଂଗ୍ରେସ ବିଧାୟକ କହୁଛନ୍ତି । ବିଜେପି କହିଛି, କଂଗ୍ରେସ ସହ ଯିଏ ଯାଇଛି, ସିଏ ବୁଡିଛି ।

Also Read: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ୯ କାଉନସିଲରଙ୍କ ଇସ୍ତଫା, ଦଳ ଛାଡ଼ିଲେ ୩ ସଧାରଣ ସମ୍ପାଦକ

ସହଜ ନୁହେଁ ମେଣ୍ଟ

କଂଗ୍ରେସକୁ ବିରୋଧ କରି ବିଜେଡିର ସୃଷ୍ଟି। ଯଦିଓ ବିଜେଡି ଓ କଂଗ୍ରେସ ମେଣ୍ଟ ଏତେ ସହଜ ଲାଗୁନାହିଁ । ହେଲେ ମିଳିତ ପ୍ରାର୍ଥୀଙ୍କ ବିରୋଧରେ ଯେଉଁମାନେ ଭୋଟ ଦେଲେ ସସପଣ୍ଡ କରି ଏ ସମ୍ପର୍କ ଭାଙ୍ଗିବ ନାହିଁ ବୋଲି ଉଭୟ ସଂକେତ ଦେଉଛନ୍ତି । ନେତାମାନେ ବି ଆଉ ବୁଲେଇ ବଙ୍କେଇ ନୁହେଁ ପରସ୍ପରକୁ ପ୍ରଶଂସା କଲେଣି। ଲକ୍ଷ୍ୟ ଗୋଟିଏ ବିଜେପିକୁ ଚେକ୍ ଦେବା। ଏଥିପାଇଁ ସାଙ୍ଗ ହୋଇ ପଞ୍ଚାୟତ ପରୀକ୍ଷା ଦେବାକୁ ଉଭୟ ଦଳର ଶୀର୍ଷନେତୃତ୍ୱ କସରତ କରୁଥିବା ଚର୍ଚ୍ଚା ମଧ୍ୟ ହେଉଛି । ରାଜ୍ୟର ବଦଳୁଥିବା ରାଜନୈତିକ ଦୃଶ୍ୟପଟ୍ଟ ହୁଏ ତ ବିଜେଡି ଓ କଂଗ୍ରେସର ଶିର୍ଷ ନେତୃତ୍ୱଙ୍କୁ ଏକାଠି କରିପାରେ । ହେଲେ ଗ୍ରାଉଣ୍ଡରେ କର୍ମୀ ଗ୍ରହଣ କରିପାରିବେ କି ନାହିଁ ତାହା ବି ବଡ଼ ପ୍ରଶ୍ନ। ସେଠାରେ ଏହା ବିଜେପିକୁ ଫାଇଦା ଦେବନି ତ ?