କେନ୍ଦୁଝର ୨୯।୩: କେନ୍ଦୁଝର ବିଜେଡିକୁ ଶକ୍ତ ଝଟ୍‌କା । କେନ୍ଦୁଝର ପୌରପାଳିକାର ଭାଇସ୍ ଚେୟାରମ୍ୟାନଙ୍କ ସମେତ ୯ ଜଣ ବିଜେଡି କାଉନସିଲର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେମାନେ ନିଜର ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇଛନ୍ତି । ସମୁଦାୟ ୨୧ଟି ୱାର୍ଡ ବିଶିଷ୍ଟ ଏହି ପୌରପାଳିକାରେ ସମୁଦାୟ ୧୩ଜଣ ବିଜେଡି କାଉନସିଲର ଥିଲେ ।

ସେହିଭଳି କେନ୍ଦୁଝର ଜିଲ୍ଲାର ତିନି ଜଣ ବିଜେଡିର ସଧାରଣ ସମ୍ପାଦକ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ବିଜେଡି ସଭାପତିଙ୍କ ନିକଟକୁ ସେମାନେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି । ତିନି ସାଧାରଣ ସମ୍ପାଦକ ହେଲେ ଶୁଭେନ୍ଦୁ ପଟ୍ଟନାଏକ, ଶରତ କୁମାର ସାହୁ ଏବଂ ବରଦା ପ୍ରସନ୍ନ ଦାସ ।

Also Read:- ସମୁଦ୍ରରେ ବୁଡ଼ି ଯାଉଥିଲେ ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର କଲେ ଲାଇଫ୍ ଗାର୍ଡ