ଭୁବନେଶ୍ଵର: ଚଳିତ ମୌସୁମୀ ଋତୁରେ ସ୍ଵାଭାବିକଠୁ ବହୁତ କମ ବର୍ଷା ହେବା ଚିନ୍ତା ବଢାଇ ଦେଇଛି। ଏନେଇ ସବୁଠୁ ଅଧିକ ଚିନ୍ତାରେ ଚାଷୀ କୂଳ। ଜୁନ ୧ ରୁ ଆଜି ପର୍ଯ୍ୟନ୍ତ ସ୍ଵାଭାବିକ ବର୍ଷା ୨୦୯ ମିଲିମିଟର ରେକର୍ଡ ହେବା କଥା କିନ୍ତୁ ୧୧୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ସ୍ଵାଭାବିକ ବର୍ଷାରୁ ୪୬ ପ୍ରତିଶତ ନିଅଣ୍ଟିଆ ରହିଛି। ଜୁଲାଇରେ ଯଦି ଭଲ ବର୍ଷା ହୁଏ ତେବେ ନିଅଣ୍ଟିଆ ବର୍ଷା ଭରଣା ହେବ ବୋଲି କହିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦେଶିକା ମନୋରମା ମହାନ୍ତି।

ସେହିପରି ସେ କହିଛନ୍ତି ଜୁନ ମାସରେ ବର୍ଷା କମ ହେବାର କାରଣ ଏଲନିନୋ ବୋଲି ସ୍ପଷ୍ଟ କରିଛନ୍ତି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି। ସେପଟେ ଓୟୁଏଟିର କୃଷି ବିଜ୍ଞାନୀ ତୁଷାର ରଞ୍ଜନ ମହାନ୍ତି କହିଛନ୍ତି ଜୁନ ମାସରେ ସାରା ରାଜ୍ୟରେ ପାଖାପାଖି ୫୦ ପ୍ରତିଶତ କମ ବର୍ଷା ରହିଛି । ଢେଙ୍କାନାଳ ଓ ନୟାଗଡକୁ ଛାଡିଦେଲେ ୨୮ ଜିଲ୍ଲାରେ ନିଅଁଟିଆ ବର୍ଷା ରହିଛି। ଆଉ ଏହି ନିଅଁଟିଆ ବର୍ଷା ଚଳିତ ବର୍ଷ ଜୁନ ପରେ ଆରମ୍ଭ ହେଉଥିବା ଚାଷ କାର୍ଯ୍ୟକୁ ବିଳମ୍ବ କରୁଛି ।

Also Read: ଆସୁଛି ଚଳିତ ମୌସୁମୀ ଋତୁର ପ୍ରଥମ ଲଘୁଚାପ, ୭ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲ୍ଲାକୁ ଆଲର୍ଟ ଜାରି

ଏନେଇ ଚିନ୍ତାରେ ଚାଷୀ ଥିବା ବେଳେ ପାଣିପାଗର ବର୍ଷାକୁ ନେଇ ଚାଷୀଙ୍କୁ ସତର୍କ କରି ଦିଆଯାଇଛି। ବର୍ଷାର ସ୍ଥିତି ଦେଖି ଚାଷ କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଛି। ଏହାସହ ମାଟିର କିସମ ଦେଖି କେଉଁଠି କେଉଁ ଚାଷ କରି ହେବ ସେହି ମୁତାବକ ଆଉ ମାଟିର ଆଦ୍ରତାକୁ ନେଇ ଚାଷ କାର୍ଯ୍ୟ ଆରମ୍ଭ ପାଇଁ ପରାମର୍ଶ ଦେଇଛନ୍ତି ନିର୍ଦ୍ଦେଶକ।ସେହିପରି ଜୁଲାଇ ଅଗଷ୍ଟରେ ଲଘୁଚାପ ପ୍ରଭାବରେ ଭଲ ବର୍ଷା ହେବାର ଯେଉଁ ସମ୍ଭାବନା ସେହି ମୁତାବିକ ଚାଷୀଙ୍କୁ ଜଳ ସଂରକ୍ଷଣ ସହ ସତର୍କତାର ଓ ସଚେତସନତାର ସହ ରହି ଚାଷ ପାଇଁ ପରାମର୍ଶ ଦିଆଯାଇଛି।