ଛତ୍ରପୁର ୨୩।୮: ଓଡ଼ିଶା ଉପକୂଳରେ ପାନାମା ମାଲବାହୀ ଜାହାଜ ବୁଡ଼ି ଯାଇଥିବା ବେଳେ ସମୁଦ୍ରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭାରତୀୟ ତଟରକ୍ଷୀ ବାହିନୀ ରେସ୍କ୍ୟୁ ଅପରେସନ୍ ଚଳାଇଛି । ପାରାଦୀପ ବନ୍ଦରରୁ ବାହାରି ଚୀନ୍ ଅଭିମୁଖେ ବାହାରିଥିଲା ‘ଓସେନ୍ ୱିନର୍’ । ମଝି ସମୁଦ୍ରରେ ନିଖୋଜ ପରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଜାହାଜକୁ ଖୋଜିବା ସହ ସର୍ଚ୍ଚ ଅପରେସନରେ ବାହାରିଲେ ଗଞ୍ଜାମ ଆର୍ଯ୍ୟପଲ୍ଲୀ ମେରାଇନ ପୋଲିସ । ମେରାଇନ ପୋଲିସର ଏକ ଟିମ୍ ପାଟ୍ରୋଲିଂ ବୋଟ୍ ଯୋଗେ ସମୁଦ୍ରରେ ଜାହାହ ଖୋଜାରେ ନିୟୋଜିତ ଅଛନ୍ତି ।

ବଙ୍ଗୋପସାଗରରେ ଓଡ଼ିଶାର ପାରାଦୀପ ଉପକୂଳଠାରୁ ପ୍ରାୟ ୨୪୦ ନଟିକାଲ ମାଇଲ ଦୂରରେ ପାନାମା ପତାକାବାହୀ ମାଲବାହୀ ଜାହାଜ ‘ଓସେନ୍ ୱିନର୍’ ବୁଡ଼ିଯାଇଛି । ଜାହାଜରେ ମୋଟ୍ ୨୪ ଜଣ କ୍ରୁ’ ସଦସ୍ୟ ଥିଲେ, ଯେଉଁଥିରୁ ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀ ମିଳିତ ଉଦ୍ଧାର ଅଭିଯାନ ଚଳାଇ ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି । ବାକି ୨୨ ଜଣ ଏବେ ବି ନିଖୋଜ ଅଛନ୍ତି । ଜାହାଜରେ ୨୦ ଜଣ ଚୀନ୍, ୩ ଜଣ ମ୍ୟାନ୍ ମାର୍ ଏବଂ ଜଣେ ବାଂଲାଦେଶୀ ନାଗରିକ ଥିଲେ ।

Also Read:- ମଝି ସମୁଦ୍ରରେ କେମିତି ବୁଡିଲା ଜାହାଜ ? ଥିଲେ ୨୦ ଚାଇନା ନାଗରିକ ! ଦୁର୍ଘଟଣା ନା ଷଡଯନ୍ତ୍ର ?

ଜାହାଜଟି ଓଡ଼ିଶାରୁ ଲୁହାପଥର ବୋଝେଇ କରି ସିଙ୍ଗାପୁର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଶନିବାର ସମ୍ପର୍କ ବିଚ୍ଛିନ୍ନ ହେବା ପରେ ଜାହାଜଟି ସମୁଦ୍ର ମଧ୍ୟରେ ବୁଡ଼ିଯାଇଥିଲା । ଦୁର୍ଘଟଣାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଭାରତୀୟ ତଟରକ୍ଷୀ ବାହିନୀ ଓ ନୌସେନା ଦ୍ୱାରା ବ୍ୟାପକ ସର୍ଚ୍ଚ ଏବଂ ରେସ୍କ୍ୟୁ ଅପରେସନ୍ ଜାରି ରହିଛି । ଆଖପାଖ ଦେଇ ଯାଉଥିବା ଅନ୍ୟ ସାମୁଦ୍ରିକ ଜାହାଜଗୁଡ଼ିକୁ ମଧ୍ୟ ଆଲର୍ଟ କରାଯାଇ ନିଖୋଜ କ୍ରୁ ସଦସ୍ୟଙ୍କୁ ଖୋଜିବାରେ ସହାୟତା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Watch Video:​​​​​​​​​​​​​​