କଟକ : ନଗ୍ନ ଫଟୋ ଭାଇରାଲ୍ କରିଦେବାର ଭୟ ଦେଖାଇ ଶାରୀରିକ ସଂପର୍କ ରଖିବା ଅର୍ଥ ନୁହେଁ ‘ସହମତି’ରେ ସମ୍ପର୍କ ରଖିବା । ଏହା ଦୁଷ୍କର୍ମ। ଏହି ପରିପ୍ରେକ୍ଷୀରେ ନିମ୍ନ ଅଦାଲତଙ୍କ ଦ୍ୱାରା ୧୦ବର୍ଷ ଜେଲ୍ ଦଣ୍ଡ ପାଇଥିବା ଦୁଃଷ୍କର୍ମୀ ଆସାମୀ ଶଙ୍କର ବେହେରାର ଦଣ୍ଡାଦେଶକୁ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍. କେ. ପାଣିଗ୍ରାହୀ କାଏମ୍ ରଖିବା ସହ ଆବେଦନକାରୀର ଅପିଲକୁ ଖାରଜ କରି ଦେଇଛନ୍ତି।

୨୦୧୫ ମସିହା ଜୁନ୍ ୭ରେ ଗଞ୍ଜାମ ଥାନାରେ ଏତଲା ଦାଏର ହୋଇଥିଲା କି ଅଢ଼େଇ ବର୍ଷ ତଳେ ଆସାମୀ ପୀଡ଼ିତାଙ୍କୁ କାଜୁ ବଗିଚାରେ ବଳାତ୍କାର କରିବା ସହ ନଗ୍ନ ଫଟୋ ଉଠାଇଥିଲା। ପରେ ଗ୍ରାମ୍ୟ କମିଟି ପୀଡ଼ିତାଙ୍କୁ ବିବାହ କରିବାକୁ ତାଙ୍କୁ କହିଥିଲେ। ହେଲେ ସେ ରାଜି ହୋଇନଥିଲେ। ପୁଲିସ୍ ଆସାମୀକୁ ଗିରଫ କରିଥିଲା।

also read- ଗର୍ଭବତୀ ପ୍ରେମିକାକୁ ଧୋକ୍କା ଦେଲା ଜେଲ୍‌ ଫେରନ୍ତା ପ୍ରେମିକ ! ପଡ଼ୋଶୀ ଯୁବତୀଙ୍କୁ ନେଇ ଛୁ'

ବ୍ରହ୍ମପୁର ପୋକ୍ସୋ ଅଦାଲତ ଆସାମୀକୁ ୧୦ ବର୍ଷ ଜେଲଦଣ୍ଡ ଦେଇଥିଲେ। ଏହାକୁ ଚାଲେଞ୍ଜ କରି ଆସାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଆବେଦନକାରୀ ପକ୍ଷରୁ ଦର୍ଶାଯାଇଥିଲା ଯେ, ପୀଡ଼ିତାଙ୍କ ସହ ସହମତିରେ ସମ୍ପର୍କ ରହିଥିଲା। ତେଣୁ ଏହାକୁ ଦୁଃଷ୍କର୍ମ କୁହାଯାଇ ପାରିବ ନାହିଁ। ହାଇକୋର୍ଟ ଏହି ଯୁକ୍ତିକୁ ଅଗ୍ରାହ୍ୟ କରି ଦେଇଛନ୍ତି।