ଭୁବନେଶ୍ବର ୧୬।୧୧: ସମ୍ଭାବ୍ୟ ବାତ୍ୟା ଅକଭାନ୍ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ଓଡ଼ିଶା ସରକାର । ସୋମବାର SRCଙ୍କ କାର୍ଯ୍ୟାଳୟରେ ରାଜ୍ୟର ସମସ୍ତ ବିଭାଗର ସଚିବ ଓ ନିର୍ଦ୍ଦେଶକଙ୍କ ଉପସ୍ଥିତ ସମୀକ୍ଷା ବୈଠକ ଶେଷ ହୋଇଛି । IMD ଆକଳନ ଓ ସୂଚନା ଆଧାରରେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଶେଷ ପର୍ଯ୍ୟନ୍ତ ସମ୍ଭାବ୍ୟ ପ୍ରଭାବିତ ୮ ଜିଲ୍ଲାରେ ଛୁଟି ବାତିଲ କରାଯାଇଛି । ବାକି ପ୍ରଭାବିତ ଜିଲ୍ଲାର ଛୁଟି ନେଇ ଜିଲ୍ଲାପାଳ ମାନେ ନିଷ୍ପତ୍ତି ନେବେ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ୮ ଜିଲ୍ଲା ହେଉଛି କୋରାପୁଟ, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, ମାଲକାନଗିରି, କନ୍ଧମାଳ, ଗଞ୍ଜାମ ଓ ପୁରୀ ।

କୋଷ୍ଟଗାର୍ଡକୁ ସଚେତନ କରାଯାଇଛି, ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ କୁହାଯାଇଛି । ପୂର୍ବ ବାତ୍ୟାରେ କ୍ଷତି ହୋଇଥିବ ନଦୀ ବନ୍ଧ, ଘାଇ, ରାସ୍ତା, ଭୂସ୍ଖଳନ ପ୍ରଭାବିତ କ୍ଷତିଗ୍ରସ୍ତ ଅଞ୍ଚଳର ପୁନରୁଦ୍ଧାର କର୍ଯ୍ୟର ସମୀକ୍ଷା ପାଇଁ ମଙ୍ଗଳବାର ସଚିବ ମାନେ ଯିବେ ଏବଂ ବିପଦସଙ୍କୁଳ ସ୍ଥାନର ରିପୋର୍ଟ ଦେବେ । ଲୋକଙ୍କୁ ବିପଦ ସଙ୍କୁଳ ଅବସ୍ଥାରୁ ସ୍ଥାନାନ୍ତର ପ୍ରକ୍ରିୟା ମଙ୍ଗଳବାର ଠାରୁ ଆରମ୍ଭ ହେବ । ଲୋକଙ୍କୁ ନିବେଦନ ଘର ସମ୍ପତ୍ତି ଛାଡ଼ି ପ୍ରଶାସନକୁ ସହଯୋଗ କରନ୍ତୁ ଏବଂ ସୁରକ୍ଷିତ ସ୍ଥାନକୁ ଯାଆନ୍ତୁ ।

ପୂର୍ବ ବାତ୍ୟା ମୁକାବିଲାରୁ ମିଳିଥିବା ଆବଶ୍ୟକତା ସମାଧାନ ପାଇଁ ଗୁରୁତ୍ୱ ଦିଆଯିବ । ଜିଲ୍ଲା ମାନେ ଯାହା ମାଗିଥିଲେ ତାହା ମିଳିବ, ଜିଲ୍ଲାରେ ନିୟୋଜିତ ଅଧିକାରୀ ମାନେ ରହିବ । ବାତ୍ୟା, ବାତ୍ୟା କାରଣରୁ ବନ୍ୟା ଏବଂ ଭୂସ୍ଖଳନ ପାଇଁ ପ୍ରସ୍ତୁତ ରହିଛୁ । ମୁଖ୍ୟତଃ କନ୍ଧମାଳ, ଗଜପତିରେ ଅଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଅର୍ଣ୍ଣବରେ ଓଡ଼ିଶାର ଦକ୍ଷିଣପଶ୍ଚିମାଞ୍ଚଳ କ୍ଷତି ହୋଇଛି । ପୁଣି ଗୋଟେ ବାତ୍ୟା ଆସିଲା । ଓଡିଶାରେ ବିଶେଷ ପ୍ରଭାବ ପଡିନି । କିନ୍ତୁ ବାତ୍ୟା ଅକଭାନ୍ର ପ୍ରଭାବ ଓଡ଼ିଶାରେ ପଡିବ ବୋଲି IMD ପୂର୍ବାନୁମାନ କରିଛି ।

Also Read:- ପଞ୍ଚୁକରେ ବଡ଼ ପରିବର୍ତ୍ତନ ; ଦ୍ୱାଦଶୀ ତିଥି କ୍ଷୟ, ହେବନି ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ

ବଙ୍ଗୋପସାଗରରେ ଦକ୍ଷିଣ ପୂର୍ବ କ୍ଷେତ୍ରରେ ଗଭୀର ଅବପାତ ସୃଷ୍ଟି ହୋଇଛି । IMDର ଆକଳନ ୧୯ ତାରିଖ ଏବଂ ୨୦ ତାରିଖ ପୂର୍ବାହ୍ନରେ ଆନ୍ଧ୍ରରେ ସ୍ଥଳଭାଗ ଛୁଇଁବ ବାତ୍ୟା । ସେଥିପାଇଁ ଗଞ୍ଜାମ, ପୁରୀ, ଗଜପତିକୁ ଅରେଞ୍ଜ ଜୋନ୍ରେ ରଖିଛି IMD । ବାକି ସବୁ ୨୭ ଜିଲ୍ଲା ୟେଲୋ ଜୋ ରହିଛି । ୨୦ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁବ । ସେହି ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ପୁରୀ ଅରେଞ୍ଜ ଜୋନ୍‌ରେ ରହିବ । ବାକି ସବୁ ଜିଲ୍ଲା ୟେଲୋ ଜୋନ୍ରେ ରହିବ । ୨୧ ତାରିଖରେ କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ରେ ଅରେଞ୍ଜ ଜୋନ୍‌ରେ ରହିବ ।