କେନ୍ଦୁଝର ୧୬।୧୧ : କେନ୍ଦୁଝରରେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା। ୧୧ ବର୍ଷ ତଳେ ଘର ପୋଡ଼ି ଦେଇଥିବା ଯୁବକ ଏବେ ଜୀବନ ନେଇଥିବା ଅଭିଯୋଗ। ଏକାକୀ ପାଇ ସକାଳୁ ସକାଳୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର। ମୃତକ ହେଉଛନ୍ତି କରଞ୍ଜିଆପାଳ ଗାଁର ଭଗବାନ ପେଣ୍ଠେଇ। କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ପାତନା ହାଟପିଣ୍ଡି ଛକରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତଦେହ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

Also Read:-ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଗଣ ଦୁଷ୍କର୍ମ ପୀଡ଼ିତା ଆଦିବାସୀ ମହିଳା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଖବର ଅନୁଯାୟୀ, ଚମ୍ପାପାଳ ଗାଁର ଆରତ ପେଣ୍ଠେଇ ଏହି ହତ୍ୟାକାଣ୍ଡ ଘଟାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୦୧୫ ମସିହାରେ ଭଗବାନଙ୍କ ଘର ପୋଡ଼ି ଦେଇଥିଲା ଅଭିଯୁକ୍ତ। ଏନେଇ ପୋଲିସରେ ଅଭିଯୋଗ ହେବା ପରେ ଘରପୋଡ଼ି ମାମଲା ଏବେ ବି କୋର୍ଟରେ ବିଚାରାଧୀନ ରହିଛି। କୋର୍ଟରେ ଚାଲିଥିବା ମାମଲାକୁ ନେଇ ରାଗ ରଖି ଏଭଳି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ। ଅନ୍ୟପଟେ ପୋଲିସ ପୂରା ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଯୁବକଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।