କେନ୍ଦ୍ରାପଡ଼ା: ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ଫେରାର ହେବା ବେଳେ ଧରାପଡ଼ିଗଲେ ଦୁଇ ଲୁଟେରା। ଆଉ ଲୁଟେରା ଦୁହିଁଙ୍କୁ କାବୁ କରିବା କରି ସ୍ଥାନୀୟ ଲୋକେ ଦେଇଛନ୍ତି ଉତ୍ତମ ମଧ୍ୟମ । ଉତ୍ୟକ୍ତ ଲୋକେ ଦୁଇ ଲୁଟେରାଙ୍କୁ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦଣ୍ଡାମୁଣ୍ଡ ଛକରେ ।

ସୂଚନା ଅନୁଯାୟୀ, ସ୍ଥାନୀୟ ସୁଜାନଗର ଗାଁର ନମିତା ପାଣି ସ୍ୱାମୀଙ୍କ ସହ ବାଇକ୍‌ରେ ଯାଉଥିଲେ। ଏହି ସମୟରେ ପଛପଟୁ ଏକ ବାଇକ୍‌ରେ ଆସିଥିବା ଦୁଇ ଦୁର୍ବୃତ୍ତ ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଦ୍ରୁତଗତିରେ ଫେରାର ହେବାକୁ ଉଦ୍ୟମ କରିଥିଲେ। ଏମିତିରେ ଏହି ଘଟଣା ଯୋଗୁ ଦମ୍ପତି ବାଇକରୁ ତଳେ ପଡ଼ିଯାଇଥିଲେ । ଏଥିରେ ମହିଳା ଓ ତାଙ୍କ ସ୍ବାମୀ ଆହତ ହୋଇଥିବା ବେଳେ, ବାଇକ୍‌ଟି ଛିଟିକି ଯାଇ ଏକ ଟ୍ରକ୍ ତଳେ ପଡ଼ିଥିଲା ।

Also Read: ଘରେ ଶୋଇଥିଲେ ୪ ଜଣ, ହଠାତ୍ ମାଡ଼ିଆସିଲା ଦ୍ରୁତଗାମୀ କାର୍‌

ତେବେ ଏହି ଲୁଟ୍ ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଲୁଟେରା ଦୁହିଁଙ୍କୁ ପିଛା କରି କାବୁ କରିଥିଲେ ଆଉ ନିସ୍ତୁକ ମାଡ଼ ମାରିଥିଲେ। ଏହି ଘଟଣାକୁ ନେଇ ଦଣ୍ଡାମୁଣ୍ଡ ଛକରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ, ଖବର ପାଇ ପୋଲିସ ଦୁଇ ଲୁଟେରାଙ୍କୁ ହେପାଜତକୁ ନେଇଛି ।