ଭୁବନେଶ୍ୱର ୨୨।୦୮: ବନ୍ୟା ରୋକିବାକୁ ସରକାରଙ୍କ ନୂଆ ପଦକ୍ଷେପ । ଚଉଡ଼ା ଏବଂ ଉଚ୍ଚା ହେବ ନଦୀ ବନ୍ଧ । ବୈତରଣୀ ନଦୀ ବନ୍ଧ ଉପରେ ଅଧିକ ଫୋକସ କରିବେ ସରକାର । ଚଳିତ ବନ୍ୟାରେ ମନୃଷ୍ୟକୃତ ଘାଇ ହୋଇନାହିଁ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶୁକ୍ରବାର ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜାଗାରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି କମିଛି। ବିପଦ ସଙ୍କେତ ତଳେ ରହିଛି। ଜଳକା, ବୈତରଣୀ, ବ୍ରାହ୍ମଣୀର ଜଳସ୍ତର କମ୍ ରହିଛି। ରେଙ୍ଗାଲିରେ ଇନ୍ଫ୍ଲୋ କାମ ରହିଛି। ହୀରାକୁଦରେ ୭ଟି ଗେଟ୍ ଖୋଲା ଅଛି। ୧ ଲକ୍ଷ ୪୫ ହଜାର କ୍ୟୁସେକ ଜଳ ଏବେ ନିଷ୍କାସନ ହେଉଛି। ଯାଜପୁର, ଭଦ୍ରକ ଏବଂ ଅଞ୍ଚଳରେ ଏବେ ବି କିଛି ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ରହିଛି। ଘାଇ ଯାହା ହୋଇଥିଲା ଦୁଇଟି ଘାଇ ବନ୍ଦ କରାଯାଇଛି। ଦିନେ ଦୁଇ ଦିନ ମଧ୍ୟରେ କିପରି ମରାମତି ହୋଇପାରିବ ସେନେଇ ଯନ୍ତ୍ରୀ ଘଟଣାସ୍ଥଳରେ ରହି କାର୍ଯ୍ୟ କରୁଛନ୍ତି। ଏଥର ବନ୍ୟାରେ ଯେଉଁ ଶିକ୍ଷା ମିଳିଲା ସାଳନ୍ଦୀ, କାଣୀ, ବୈତରଣୀ ଭଳି ନଦୀରେ ନଦୀ ବନ୍ଧ ସୁଦୃଢ଼ି କରଣ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି। ଯେଉଁଗୁଡ଼ିକ ଦୁର୍ବଳ ନଦୀ ବନ୍ଧ ଅଛି ତାକୁ ମଜବୁତ୍ କରାଯିବ। ଏଥର ମନୁଷ୍ୟକୃତ ଘାଇ ହୋଇନାହିଁ। ଯେହେତୁ ନଦୀରେ ଅଧିକ ଜଳ ଫ୍ଲୋ ଥିଲା ସେ ପାଇଁ ବନ୍ଧ ଭାଙ୍ଗିଥିଲା।

Also Read:-ଆହୁରି ସହଜ ହେବ ହୋମ୍‌ଷ୍ଟେ ବ୍ୟବସାୟ, ପଞ୍ଜିକରଣ ଓ ପ୍ରମାଣପତ୍ର ନିୟମ କୋହଳ କଲେ ସରକାର

ସେହିପରି ନଦୀ ବନ୍ଧ ଉଚ୍ଚତା ବୃଦ୍ଧି କରାଯିବ। ଏହାକୁ ମଧ୍ୟ ଚଉଡା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ବୈତରଣୀ ନଦୀ ଉପରେ ଅଧିକ ଫୋକସ କରିବେ ସରକାର୍। ନାବାର୍ଡ ଫଣ୍ଡିଂ ରେ ଏହି କାର୍ଯ୍ୟ କରାଯିବ।

Watch Video:-