ଭୁବନେଶ୍ୱର ୧୯।୦୭ : ବଢ଼ିଲା ଅଣ୍ଡା ଦର । ବଜାରରେ ଗୋଟିଏ ଅଣ୍ଡାର ଦାମ୍ ୯ଟଙ୍କା । କିଛିଦିନ ତଳେ ୭ଟଙ୍କା ୧୫ ପଇସା ଥିଲା । ହଠାତ୍ ଦର ସିଧା ୨ଟଙ୍କା ବଢ଼ିଯାଇଛି । କେବଳ ସେତିକି ନୁହେଁ, ଅଣ୍ଡା ଟ୍ରେ’ ପୂର୍ବରୁ ୧୮୦ ଟଙ୍କା ଥିବା ବେଳେ ଏବେ ତାହା ୨୭୦ଟଙ୍କାରେ ପହଞ୍ଚିଛି ।

ସେ କହିଛନ୍ତି ଯେ, ଅଣ୍ଡା ଦର ବିଭିନ୍ନ କାରଣ ନେଇ ବଢିଛି । ୭ ଟଙ୍କା ୧୫ ପଇସାରେ ଅଣ୍ଡା ବ୍ୟବସାୟୀମାନେ ବିକୁଛନ୍ତି । ଖୁଚୁରା ବ୍ୟବସାୟୀ ମାନେ ପାଖାପାଖି ୯ ଟଙ୍କାରେ ବିକ୍ରି କରୁଛନ୍ତି । ବିଶ୍ୱସ୍ତରୀୟ ଚାହିଦା ବୃଦ୍ଧି ପାଉଛି, ଅଣ୍ଡା ରପ୍ତାନି ମଧ୍ୟ ବୃଦ୍ଧି ପାଇଛି | ଅଣ୍ଡାର ରପ୍ତାନୀ ବଢିଛି ଓ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ପାଇଁ ମୋର୍ଟଲିଟି ରେଟ ବଢିଛି । ତେଣୁ ଏହି ସବୁ ପ୍ରସଙ୍ଗ ହିଁ ଅଣ୍ଡା ଦର ବୃଦ୍ଧିର ମୁଖ୍ୟ କାରଣ ।

Also Read:-ମମତା ବାନାର୍ଜୀଙ୍କୁ ମିଳିଲା ବଡ ସପୋର୍ଟ, ଆସାମର ମୁସଲିମ ବିଧାୟକ କହିଲେ ଏମିତି କଥା...

ସେହିପରି ୧ କୋଟି ପର୍ଯ୍ୟନ୍ତ ସବସିଡି ଦେଉଛୁ କିନ୍ତୁ ଆଗକୁ ଆଉ ୧୦ କୋଟି ଟଙ୍କା ସବସିଡି କରିବୁ । ଯାହାଫଳରେ ଅଣ୍ଡା ଚାହିଦା ପୂରଣ ହୋଇପାରିବ | ବର୍ତ୍ତମାନ ଦର କମିବ ସେତେବେଳେ ଯେତିକି ବେଳେ ଉତ୍ପାଦନ ବଢିବ । ପ୍ରତିଦିନ ୨ କୋଟି ଅଣ୍ଡା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର ।

Watch Video:-