ଭୁବନେଶ୍ୱର: ଓଡ଼ିଶାରେ ଲଗାତର ଭାବେ ଗତ କିଛିଦିନ ଭିତରେ ଭୂମିକମ୍ପ ଅନୁଭୂତ ହୋଇଛି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବାରମ୍ବାର ଭୂକମ୍ପ ଝଟକା ଚିନ୍ତା ବଢ଼ାଇଛି। ବିଶେଷଜ୍ଞଙ୍କ ମତରେ ଭୂତଳ ଭୂଖଣ୍ଡରେ କିଛି ନା କିଛି ଘଟୁଛି। ଏସବୁ ଅଞ୍ଚଳ ହିମାଳୟ ଭୂଖଣ୍ଡ ପ୍ଲେଟରେ ଅବସ୍ଥିତ ନଥିଲେ ମଧ୍ୟ ଏହା ଭୂତାତ୍ତ୍ୱିକ କାର୍ଯ୍ୟକଳାପରୁ ମୁକ୍ତ ନୁହେଁ।

ଏଇ କିଛିଦିନ ଭିତରେ କଳାହାଣ୍ଡି, ନବରଙ୍ଗପୁର, ବଳ ବଲାଙ୍ଗିର, ନୂଆପଡ଼ା ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ତୀବ୍ରତା କମ୍ ଥିବାରୁ କିଛି କ୍ଷୟକ୍ଷତି ହୋଇନାହିଁ ତେଣୁ ଆଲୋଚନା ବି କମ୍। ମାତ୍ର ବିଶେଷଜ୍ଞ ଏହାକୁ ଆଦୌ ହାଲୁକା ଭାବେ ନେଉନାହାନ୍ତି। କାହିଁକି ଏ ଅଞ୍ଚଳରେ ଅଞ୍ଚଳରେ ବାରମ୍ବାର ଭୂକମ୍ପ ଝଟକା ଅନୁଭୂତ ହେଉଛି, ଏହାକୁ ନେଇ ଭୂତତ୍ତ୍ୱବିତ୍ ଖୋଳତାଡ଼ ଆରମ୍ଭ କରିଛି।

also read- Cyclone Alert: ମେ ୧୫ ବେଳକୁ ଶକ୍ତିଶାଳୀ ବାତ୍ୟା, କେଉଁଠି ହିଟ୍ କରିବ ଦେଖାଇଲା GFS

ଆଇଆଇଟି ଖଡ଼ଗପୁରର ଭୂତତ୍ତ୍ୱ ବିଭାଗର ବରିଷ୍ଠ ପ୍ରଫେସରଙ୍କ କହିବାନୁସାରେ କଳାହାଣ୍ଡି ଅଞ୍ଚଳରେ ଯେଉଁ ଭୂକମ୍ପ ଅନୁଭୂତ ହେଉଛି, ତାହା ପଛରେ ଏକ ପୁରାତନ ସୁପ୍ତ ଫଲ୍ଟ ଲାଇନ ରହିଛି। ପୂର୍ବଘାଟ ପର୍ବତମାଳାରୁ ଛତିଶଗଡ଼ ବସ୍ତରକୁ ଯେଉଁ ଫଲ୍ଟ ଲାଇନ୍ ରହିଛି, ତାହା ଦୀର୍ଘବର୍ଷରୁ ଏକପ୍ରକାର ନିଷ୍କ୍ରିୟ ଥିଲା। ହଠାତ୍ ଏହା ସକ୍ରିୟତା ଦେଖାଇଛି। ଯଦିଓ ଅଞ୍ଚଳରେ ମୃଦୁରୁ ମଧ୍ୟମ ଧରଣର ଭୂକମ୍ପ ହେଉଛି, ତଥାପି ଏହାକୁ ହାଲୁକା ଭାବେ ନିଆଯିବା କଥା ନୁହେଁ। କଣ ପାଇଁ ଏହି ବହୁ ପୁରାତନ ଫଲ୍ଟ ଲାଇନ ଲାଇନ ସକ୍ରିୟ ହୋଇଛି, ଏହା ଉପରେ ନିୟମିତ ନିରୀକ୍ଷଣ କରାଯାଉ । ନିୟମିତ ନିରାକ୍ଷଣ ଦ୍ବାରା ହିଁ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି।