ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବର ମୁକାବିଲା ପାଇଁ ସରକାର ସମସ୍ତ ପ୍ରସ୍ତୁତି କରିଥିଲେ । ବାତ୍ୟା ପରେ ଜରୁରୀକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଓଡ଼ିଶାରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି, ଟାଟା ପାୱାରର ଓଡ଼ିଶାସ୍ଥିତ ଚାରୋଟି ବିଦ୍ୟୁତ୍ ବିତରଣ କମ୍ପାନି ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିଲେ ।

TPCODL, TPWODL, TPSODL,TPNODL ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଏବଂ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାଯାଇଥିଲ । ଉପଭୋକ୍ତାଙ୍କ ସୁରକ୍ଷା, ବିଦ୍ୟୁତ୍ ଭିତ୍ତିଭୂମିର ସୁରକ୍ଷା ଏବଂ ଯଥାଶୀଘ୍ର ବିଦ୍ୟୁତ୍ ସରବରାହ ପୁନଃସ୍ଥାପନ କରିବା ଏହାର ଲକ୍ଷ୍ୟ ଥିଲା ।

ବାତ୍ୟା ପରେ ଶୀଘ୍ର ରିଷ୍ଟୋରେସନ କାର୍ଯ୍ୟପାଇଁ କ୍ଷେତ୍ରୀୟସ୍ତରୀୟ କର୍ମଚାରୀ, ବୈଷୟିକ ଦଳ ଏବଂ ଜରୁରୀକାଳୀନ ସେବା ସମ୍ବନ୍ଧୀୟ ସମ୍ବଳଗୁଡ଼ିକୁ ନିୟୋଜିତ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରିଥିଲେ । ଜନସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା ଏବଂ ପ୍ରଭାବିତ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ସେବା ପୁନଃସ୍ଥାପନକୁ ବିଦ୍ୟୁତ୍ ବିତରଣ କମ୍ପାନି ପକ୍ଷରୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି । TPSODL ଅଞ୍ଚଳରେ ବିଦ୍ୟୁତ୍ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ହୋଇଛି । ଏଠାରେ ଯୁଦ୍ଧକାଳୀନ ଭିତ୍ତିରେ ପୁନଃସ୍ଥାପନ କାର୍ଯ୍ୟ ଜାରି ରହିଛି ।