ଭୁବନେଶ୍ୱର ୨୭।୧୦ : ଆଜି ବସିବ କୋଟିଆ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ। ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ୧୬ ଜଣିଆ କମିଟି ବୈଠକରେ ବର୍ତ୍ତମାନ ସୁଦ୍ଧା ବିକାଶମୂଳକ କାମ କେତେ ଆଗେଇଛି, ସେ ନେଇ ଆଲୋଚନା ହେବ । ଏହା ସହିତ ଆଗକୁ କଣ ଯୋଜନା ଅଛି ସେ ବାବଦରେ ବିଚାରବିମର୍ଶ କରାଯିବ।

ସେହିପରି କୋଟିଆ ପ୍ରସଙ୍ଗରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ଉପଯୁକ୍ତ ଆଇନଗତ ଏବଂ ପ୍ରଶାସନିକ ମାଧ୍ୟମରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଏହି ନିର୍ବାଚନ ଘୋଷଣା ବିରୋଧରେ ତୁରନ୍ତ ଆଲୋଚନା ଓ ପ୍ରକ୍ରିୟା ଆରମ୍ଭ କରିବାକୁ ସେ ଦାବି କରିଛନ୍ତି । ସେପଟେ କୋଟିଆବାସୀ ଜିଲ୍ଲାପାଳଙ୍କ ସହ ଆନ୍ଧ୍ରର ବେଆଇନ ନିର୍ବାତନ ନେଇ ଆଲୋଚନା କରିଛନ୍ତି । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ମାଛଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ କୋଟିଆ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ ଯୋଜନା, ବିକାଶ କାର୍ଯ୍ୟ ଏବଂ ସ୍ଥାନୀୟ ସମସ୍ୟା ନେଇ ଆଲୋଚନା ହୋଇଛି।

Also Read:-ଅତି ଭୀଷଣ ବାତ୍ୟାରେ ପରିଣତ ଅର୍ଣ୍ଣବ, ଆନ୍ଧ୍ର-ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ