ଭୁବନେଶ୍ବର ୧୩।୫: ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ସମଗ୍ର ବିଶ୍ୱରେ ଦେଖାଦେଇଥିବା ତୈଳ ସଂକଟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବିଭିନ୍ନ ଖର୍ଚ୍ଚକାଟ, ବିଶେଷକରି ପେଟ୍ରୋଲ ବ୍ୟବହାର କମ୍ କରିବାକୁ ଆହ୍ୱାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସ୍ୱାଗତ କରି ତାଙ୍କ ନିଜ ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ଗାଡି ଗୁଡିକୁ କମ୍ କରି ଅଧା କରିଦେଇଛନ୍ତି । ଏହା ସହିତ, ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ଗୁରୁତ୍ୱ ଦେଇ, ବ୍ୟକ୍ତିଗତ ଗାଡିରେ ଯିବାଆସିବା କମ୍ କରିବା ସହିତ, ଅଧିକ ମାତ୍ରାରେ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । କେବଳ ଆବଶ୍ୟକ ସ୍ଥଳରେ ଗାଡି ବ୍ୟବହାର କରି ଅନାବଶ୍ୟକ ବ୍ୟବହାର ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Also Read:- ରଥଯାତ୍ରା ପୂର୍ବରୁ ପୁରୀରେ ସ୍ବାସ୍ଥ୍ୟ ସଚିବଙ୍କ ସମୀକ୍ଷା, ରୋଗୀଙ୍କ ଭିଡ଼ କମାଇବା ନେଇ ପ୍ରଥମ କରି TRIAGE ବ୍ୟବସ୍ଥା

ଏହା ସହିତ ସୁନା କିଣିବା ଓ ଅନାବଶ୍ୟକ ବିଦେଶଗସ୍ତ ନକରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।