ଭୁବନେଶ୍ୱର: ଖାଉଟିଙ୍କ ଉପରେ ଆରମ୍ଭ ହୋଇଗଲା ମହଙ୍ଗା ମାଡ଼ । ତେଲ ଦର ବୃଦ୍ଧିର ପ୍ରଥମ ଝଟକା ଲାଗିଛି । କାଲିଠାରୁ ସାରା ଓଡିଶାରେ ବସ୍ ଭଡା ବଢିବ । ସାଧାରଣ ଏବଂ ଏକ୍ସପ୍ରେସ ବସ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି । ସେହିପରି ଡିଲକ୍ସ ଏବଂ ଏସି ଡିଲକ୍ସ ବସ ଭଡ଼ା ୪ ପଇସା ବଢିଛି । ସୁପର ପ୍ରିମିୟମ୍ ଗାଡ଼ି ଭଡ଼ା କିଲୋମିଟର ପିଛା ୬ ପଇସା ବୃଦ୍ଧି ପାଇଛି । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏନେଇ ବିିଜ୍ଞପ୍ତି ପ୍ରକାଶ ପାଇଛି ।
Also Read:ରାଜ୍ୟରେ ଯଥେଷ୍ଟ ତେଲ ଅଛି, ସଫିସେଣ୍ଟ ତେଲ ସମସ୍ତଙ୍କୁ ମିଳିବ ; IOCLର ୩ ଅପିଲ୍

ରାଜ୍ୟ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି, ଡିଜେଲ ୩ ଟଙ୍କା ବଢିଲା, ଆମେ ଆଉ କ୍ଷତି ସହିପାରିବୁନି । ସରକାରଙ୍କ ସହ ଆଲୋଚନା ସରିଛି । ସଂଘ ସରକାରଙ୍କ ସହ ଆଲୋଚନା କରିସାରିଛି । ପରିବହନ ବିଭାଗକୁ ଚିଠି ଦିଆଯାଇଛି । ଅନୁମୋଦନ ପରେ ତୁରନ୍ତ କାଲିଠୁ ଲାଗୁ ହେବ । ଅଧିକ ସୂଚନା ଦେଇ ସେ କହିଛନ୍ତି, ପ୍ରତି କିଲୋମିଟର ପିଛା ୨ ପଇସା ବଢିବ । ଶ୍ରେଣୀ ଅନୁସାରେ ଦର ଅଲଗା ହେବ । ୧୬ ମାର୍ଚ୍ଚ ୨୦୨୪ରେ ଶେଷ ଥର ଭଡା ବଢିଥିଲା । ତା’ପରଠୁ ଟାୟାର, ମୋବିଲ, ଇନ୍ସୁରାନ୍ସ, ଟୋଲ୍ ସବୁ ମହଙ୍ଗା ହୋଇଛି । ଏବେ ଡିଜେଲ ୩ ଟଙ୍କା ବଢିଲା, ତେଣୁ ଦର ବଢ଼ିବ ।

ବସ ଶ୍ରେଣୀ ପୁରୁଣା ଦର (ପଇସା/କିମି) ନୂଆ ଦର (ପଇସା/କିମି) ବୃଦ୍ଧି ପରିମାଣ
ସାଧାରଣ ୮୮ ପଇସା ୯୦ ପଇସା +୨ ପଇସା
ଏକ୍ସପ୍ରେସ୍ ୯୨ ପଇସା ୯୪ ପଇସା +୨ ପଇସା
ଡିଲକ୍ସ ୧୨୭ ପଇସା ୧୩୧ ପଇସା +୪ ପଇସା
ଏସି ଡିଲକ୍ସ ୧୫୫ ପଇସା ୧୫୯ ପଇସା +୪ ପଇସା
ସୁପର ପ୍ରିମିୟମ ୨୪୧ ପଇସା ୨୪୭ ପଇସା +୬ ପଇସା