ଭୁବନେଶ୍ବର ୪।୧୨: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ।  ମାତ୍ର ୧୭ ମିନିଟ୍ ଚାଲିଲା ଗୃହ କାର୍ଯ୍ୟ । ବିଧାନସଭାରେ ପ୍ରଶ୍ନକାଳ ଚାଲିଥିବା ସମୟରେ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ପୋଡ଼ିୟମ୍ ନିକଟକୁ ଆସି କଂଗ୍ରେସ ସଦସ୍ୟ ମାନେ ନାରାବାଜି କରିଥିଲେ । ବେସରକାରୀ କାର୍ଯ୍ୟ ଦିବସରେ ସୁଯୋଗ ନ ଦିଆଯିବାରୁ ହଟ୍ଟଗୋଳ କରିଥିଲେ ବିରୋଧୀ କଂଗ୍ରେସ ।  ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ମୁଲତବୀ ଘୋଷଣା । ଦିନ ସାଢ଼େ ୧୧ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ​​​​​​​
ପ୍ରଶ୍ନକାଳ ଆରମ୍ଭରୁ ଗୃହ ମଧ୍ୟଭାଗକୁ ଆସି କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ପ୍ରବଳ ନାରାବାଜି ଏବଂ ବାଚସ୍ପତିଙ୍କ ଇସ୍ତଫା ଦାବି କରିଥିଲେ କଂଗ୍ରେସ ସଦସ୍ୟ । ବୁଧବାର ପ୍ରାଇଭେଟ୍ ମେମ୍ବରସିପ୍ ବିଲ୍ ଆଲୋଚନା ହୋଇନଥିବାରୁ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଥିଲେ । ବୈଷୟିକ, ମେଡିକାଲ, ବୃତ୍ତିଗତ ଶିକ୍ଷା ଏବଂ ସରକାରୀ ନିଯୁକ୍ତିରେ ସଂରକ୍ଷଣ ଲାଗୁ ପାଇଁ କଂଗ୍ରେସ ଆଣିଥିଲା ସଂକଳ୍ପ ପତ୍ର । ଯାହା ଉପରେ ଆଲୋଚନା ହୋଇନଥିଲା ।