ଭୁବନେଶ୍ୱର ୨୮।୦୯ : ସୋମବାର ବି ଗୃହ ଅଚଳ । ସୋମବାର ୧୧ଟା ୩୦ ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି । ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଲାଗି ବାଚସ୍ପତି ଗୃହକୁ ମୁଲତବୀ ରଖିଛନ୍ତି ।

ଗୋଟିଏ ଦିନର ବିରତି ପରେ ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ଚଳିତ ଅଧିବେଶନରେ ବିଧାନସଭାର ଗୋଟିଏ ବି ଦିନ ଚାଲୁପାରୁନି । ବିରୋଧୀ MMDR ଏବଂ ବହି ତ୍ରୁଟି ପ୍ରସଙ୍ଗରେ ନାରାବାଜି ଏବଂ ହୋହାଲ୍ଲା କରୁଛନ୍ତି । ଏହିକ୍ରମରେ ଗତ ଚାରି ଦିନ ଧରି ଚାଲିଥିବା ଅଚଳାବସ୍ଥା ଆଜି ମଧ୍ୟ ଦେଖାଦେଇଛି । ସୋମବାର ବିଧାନସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ହୋହାଲ୍ଲା କରିଥିଲେ । ବାଚସ୍ପତି ବିରୋଧୀ ସଦସ୍ୟଙ୍କୁ ବାରମ୍ବାର ଅନୁରୋଧ କରୁଥିଲେ । କିନ୍ତୁ ବିରୋଧୀ ଶୁଣିବାକୁ ନାରାଜ । ଯାହାଫଳରେ ବିଧାନସଭାକୁ ୧୧ଟା ୩୦ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।

Also Read:-ଘରୁ ଯାଇ ଆଉ ଫେରିଲେନି, ୩ ନାବାଳକଙ୍କୁ ଖୋଜୁଛି ପୋଲିସ