ତେଲକୋଇ ୨୬।୦୬: ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି । ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ । ଆମୋନିଆ ଗ୍ୟାସ୍ ଲିକରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି । ମୃତକ ହେଲେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ୍ କାଞ୍ଜିପାଣି ଥାନା ତଳରାଇଡିହା ଗାଁ ଦୀପାଞ୍ଜଳୀ ଜୁଆଙ୍ଗ। ଗୁରୁବାର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ଟାଙ୍ଗିରି ଦୁବନାଳି ସାହିର ବୃନ୍ଦା ଜୁଆଙ୍ଗଙ୍କ ଝିଅ ରିତା ଜୁଆଙ୍ଗଙ୍କ ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ ଯେ, ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ସିଫୁଡର ଏକ ରପ୍ତାନି ୟୁନିଟରେ ରବିବାର ଆମୋନିଆ ଗ୍ୟାସ ଲିକ୍ ହୋଇଥିଲା। ଏହି ଲିକ୍ ପେରିଆପାଲାୟମ ନିକଟସ୍ଥ କନିଗାଇପୈରରେ ଥିବା ସେଣ୍ଟ ପିଟର୍ସ ପଲ୍ ସିଫୁଡ୍ ଏକ୍ସପର୍ଟଙ୍କ ଫ୍ୟାକ୍ଟ୍ରିରେ ହୋଇଥିଲା। ଏହି କାରଖାନାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୯ ଜଣ ଶ୍ରମିକ ଚିକିତ୍ସାଧୀନ ଅଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଥିଲା । ହେଲେ ପ୍ରାଥମିକ ଭାବେ କେନ୍ଦୁଝରରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଯାହାଙ୍କର ମୃତଦେହ ଗାଁ ମାଟିକୁ ଅଣାଯାଇଥିଲା । ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ପରେ ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ମୋଟ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ୍ କାଞ୍ଜିପାଣି ଥାନା ତଳରାଇଡିହା ଗାଁ ଦୀପାଞ୍ଜଳୀ ଜୁଆଙ୍ଗ। ଗୁରୁବାର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ଟାଙ୍ଗିରି ଦୁବନାଳି ସାହିର ବୃନ୍ଦା ଜୁଆଙ୍ଗଙ୍କ ଝିଅ ରିତା ଜୁଆଙ୍ଗଙ୍କ ମୃତ୍ୟୁ ଘଟିଥିଲା।

Also Read:-Venezuela Earthquake; ଭେନେଜୁଏଲାରେ ଭୂକମ୍ପ ଶତାବ୍ଦୀର ସବୁଠୁ ବଡ କ୍ଷୟକ୍ଷତି ! ମୃତ୍ୟୁ ସଂଖ୍ୟା ୨୩୦ ପାର , ଚାଲିଛି ଉଦ୍ଧାର କାର୍ଯ୍ୟ