ଚଣ୍ଡିଗଡ଼, ୧୫।୧୧ : ଗୋ ଚାଲାଣକାରୀଙ୍କୁ ଏନକାଉଣ୍ଟର । ଗାଡିରେ ଗୋରୁ ଚାଲାଣ କରୁଥିଲେ । ପାଖରେ ଅସ୍ତ୍ର ବି ଥିଲା । ପୋଲିସ ଅଟକାଇବା ପରେ ଆତ୍ମ ସମର୍ପଣ ପାଇଁ କହିଲା । ହେଲେ କିଛି ନଶୁଣି ଫାୟାରିଂ କଲେ ମାଫିଆ । ଯାହାର ଜବାବରେ ଏନକାଉଣ୍ଟର କରିଛି ହରିୟାଣା ପୋଲିସ । ଏଥିରେ ଦୁଇ ଜଣ ଗୋ ତସ୍କର ପ୍ରାଣ ହରାଇଛନ୍ତି ।

ରିପୋର୍ଟ ଅନୁସାରେ, ହରିୟାଣାର ନୁହରେ ରବିବାର ପୋଲିସ ଏବଂ ଗୋ ତସ୍କର ମୁହାଁମୁହିଁ ହୋଇଛନ୍ତି । ଏଥିରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଅନ୍ୟ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ୭ଟି ଗାଈକୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଏବଂ ବନ୍ଧୁକ ଜବତ କରିଛି ।

Also Read :- US Flights: ଆମେରିକାରେ ବିମାନ ସେବା ଠପ; ୫୩୦ଟି ଉଡାଣ ବାତିଲ, ଏୟାରପୋର୍ଟରେ ଫସିଛନ୍ତି ଅନେକ ଯାତ୍ରୀ

ଥାନା ଅଧିକାରୀଙ୍କ କହିବାନୁସାରେ, ରବିବାର ସକାଳ ୪ଟା ୩୦ରେ ପୋଲିସକୁ ଗୋ ଚାଲାଣ ନେଇ ଖବର ମିଳିଥିଲା । ଏହାପରେ ଏକ ସ୍ୱତନ୍ତ୍ର ଟିମ୍ ଏହାକୁ ରୋକିବା ପାଇଁ ଯାଇଥିଲା । ପୋଲିସ ଟିମକୁ ଦେଖି ତସ୍କରମାନେ ଗୁଳିଚାଳନା କରିଥିଲେ । ପୋଲିସ ମଧ୍ୟ ପାଲଟା ଆକ୍ରମଣ କରିଥିଲା ।

ଏଥିରେ ତିନି ଜଣଙ୍କୁ ଗୁଳି ଲାଗିଥିବା ପୋଲିସ କହିଛି । ତୁରନ୍ତ ସେମାନଙ୍କୁ ହସ୍ପିଟାଲ ନିଆ ଯାଇଥିଲା । ତେବେ ହସ୍ପିଟାଲ ପକ୍ଷରୁ ଦୁଇ ଜଣଙ୍କୁ ମୃତ ଘୋଷିତ କରାଯାଇଥିବା ବେଳେ ଅନ୍ୟ ମାଫିଆର ଚିକିତ୍ସା ଚାଲିଛି । ଏହାସହ ଗାଡିକୁ ଜବତ କରି ପୋଲିସ ତଦନ୍ତ ଜାରି ରଖିଛି ।