ନୂଆଦିଲ୍ଲୀ, ୧୫।୧୧ : ଚତୁର୍ଥ ଦିନିକିଆରେ ଯେମିତି, ପଞ୍ଚମ ଦିନିକିଆରେ ବି ସେମିତି । ବ୍ଯାଟିଂ ବିପର୍ଯ୍ୟୟର ଶିକାର ହେଲା ଭାରତ । ଟସ୍ ହାରି ବ୍ୟାଟିଂ କରିବା ଦଳ ପାଇଁ କାଳ ସାଜିଛି। ପୁଣି ଥରେ ନିରାଶ କରିଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି । ତେବେ ପଞ୍ଚମ ଦିନିକିଆରେ ଦଳର ସ୍କୋର ୨୦୦ ଟପିଛି ।

ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପଞ୍ଚମ ଦିନିକିଆ ଖେଳାଯାଉଛି । ପୂର୍ବରୁ ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି । ଆଜିର ମ୍ୟାଚ୍ ଜିତିବା ଅର୍ଥ ସିରିଜ୍ ଉପରେ କବଜା କରିବା । ତେବେ ପ୍ରଥମେ ବ୍ୟାଟିଂ କରି ଭାରତ ବିପର୍ଯ୍ୟର ଶିକାର ହୋଇଛି । ଦଳର ପ୍ରମୁଖ ବ୍ୟାଟର ନିରାଶ କରିଛନ୍ତି ।

Also Read :- US Flights: ଆମେରିକାରେ ବିମାନ ସେବା ଠପ; ୫୩୦ଟି ଉଡାଣ ବାତିଲ, ଏୟାରପୋର୍ଟରେ ଫସିଛନ୍ତି ଅନେକ ଯାତ୍ରୀ

ମୁକାବିଲାରେ ଓପନିଂ ପାଇଁ ଓହ୍ଲାଇଥିଲେ ରୋହିତ ଶର୍ମା ଏବଂ ଋତୁରାଜ ଗାଏକଓ୍ୱାଡ । ରୋହିତ ପୂର୍ବ ମ୍ୟାଚ୍ ଭଳି ସହଜରେ ଆଉଟ୍ ହୋଇଯାଇଥିଲେ । ଏହାପରେ ବିରାଟ କୋହଲି ଏବଂ ଋତୁରାଜ ବି ପ୍ୟାଭିଲିୟନ ଫେରିଥିଲେ । ତେବେ ଶ୍ରେୟସ ଆୟର ୨୨ ରନ କରିଥିଲେ ମଧ୍ୟ ବଡ ସ୍କୋରରେ ପରିବର୍ତ୍ତନ କରିପାରିନଥିଲେ ।

ଆରମ୍ଭରୁ ବିପର୍ଯ୍ୟୟ ପରେ ଅକ୍ଷର ପଟେଲ ଏବଂ ଇଶାନ କିଷାନ କିଛି ସମୟ ପାଇଁ ସ୍ଥିତି ସୁଧାରିଥିଲେ । ଫଳରେ ଦଳ ସମ୍ମାନଜନକ ସ୍କୋରରେ ପହଁଚି ପାରିଥିଲା । ଅକ୍ଷର ୪୬ ରନ୍ କରିଥିବା ବେଳେ ଇଶାନ ୪୬ ରନ୍ କରିଥିଲେ । ଇଶାନଙ୍କ ପରେ କୌଣସି ଟେଲ୍ ଏଣ୍ଡର ବ୍ୟାଟର ବଡ ପାଳି ଖେଳିପାରିନଥିଲେ । ଫଳରେ ଭାରତ ନିର୍ଧାରିତ ୪୨.୯ ଓଭରରେ ୨୦୯ ରନରେ ଅଲଆଉଟ୍ ହୋଇଯାଇଥିଲା ।

ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ସାଣ୍ଟନର, ଜ୍ୟାକବ ଡଫି ୩ଟି ଓ୍ୱିକେଟ୍ ନେଇଥିବା ବେଳେ ମାଥ୍ୟୁ ଫିସର ୨ଟି, ବ୍ଲେୟାର ଟିକନର ଏବଂ ମିଚେଲ୍ ବ୍ରେସସ୍ୱେଲ ଗୋଟିଏ ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଥିଲେ ।