ବଲାଙ୍ଗୀର/ସମ୍ବଲପୁର: ନୂଆଁଖାଇରେ ବ୍ୟାଙ୍କ ଗ୍ରାହକଙ୍କୁ ବଡ଼ ଝଟକା।କାରଣ ଆସନ୍ତାକାଲି ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ।୫ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ।ଏଟିଏମ ଚାଲିବ ନା ନାହିଁ।ଟଙ୍କା କେମିତି ମିଳିବ, ସେନେଇ ସମସ୍ତେ ଚିନ୍ତାରେ।ନ୍ୟାର୍ଯ୍ୟ ଦାବି ପାଇଁ ଆନ୍ଦୋଳନକୁ ଓଲ୍ହାଇବେ ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିୟନ- ୟୁଏଫବିୟୁ।

ଆଉ ୪ ଦିନ ପରେ ନୁଆଁଖାଇ ପର୍ବ ଥିବା ବେଳେ ଏବେ ଚିନ୍ତାରେ ସାଧାରଣ ଲୋକ। କାରଣ ଆସନ୍ତାକାଲି ଦେଶ ବ୍ୟାପୀ ୟୁନାଇଟେଡ଼ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନର ଧର୍ମଘଟ। କାଲି ୧୧ ତାରିଖ ବ୍ୟାଙ୍କ ବନ୍ଦ ହେବା ସହ ୪ ଦିନ ଛୁଟି। ତା ପରେ ୨୮ ରୁ ୩୦ ତାରିଖ ପୁଣି ବନ୍ଦ ହେବ ବ୍ୟାଙ୍କ।ତେବେ ଦାବି ପୂରଣ ନ ହେଲେ ଅକ୍ଟୋବର ୨୬ ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓଲ୍ହାଇବେ କର୍ମଚାରୀ।ଏନେଇ ସୂଚନା ଦେଇଛି ସଙ୍ଘ। ତେଣୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ପାଇଁ ଏବେ ଲୋକଙ୍କ ଉପରେ ପ୍ରଭାବ ପକାଇବ ବ୍ୟାଙ୍କ ବନ୍ଦ। ଏସବିଆଇ ଠୁ ଆରମ୍ଭ କରି ସବୁ ନେସନାଲାଇଜ୍ଡ ବ୍ୟାଙ୍କ ୫ ଦିନ ଠପ୍ ହୋଇଯିବ।

Also Read: ଲଘୁଚାପ ପ୍ରଭାବରେ ଆହୁରି ବର୍ଷିବ, ୨ ଜିଲ୍ଲାକୁ ରେଡ୍ ଆଲର୍ଟ

ଗୋଟିଏ ଦିନ ଧର୍ମଘଟ ଓ ୪ ଦିନ ଛୁଟି ତାହା ପୁଣି ଏଭଳି ସମୟରେ ଯାହା ଲୋକଙ୍କୁ ନାକେଦମ କରିପାରେ। ଏଟିଏମ ରେ ଟଙ୍କା ରହିବ ନା ନାହିଁ। ସେଣ୍ଟରରୁ ଯାହା ନିର୍ଦେଶ ଆସୁଛି ତାହା ଆମେ ପାଳନ କରିବାକୁ ବାଧ୍ୟ। ଏବଂ ଏଟିଏମ ସୁବିଧା ମିଳିବ, କୌଣସି ଅସୁବିଧା ହେବ ନାହିଁ ବୋଲି ସଂଘ ପକ୍ଷରରୁ ସୂଚନା ମିଳିଛି।

ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଓ ପରେ ଛୁଟି ପାଇଁ ସମ୍ବଲପୁରରେ ମଧ୍ୟ ପ୍ରଭାବିତ ହେବ ନୂଆଁଖାଇ ବଜାର | ପରମ୍ପରା ଓ ପ୍ରଥା ଅନୁସାରେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଗଣେଶ ପୂଜା ଦିନ ନୁଆଁଖାଇ ପାଇଁ କିଣା ବିକା ହେବ | ଏପରିକି ୧୩ ତାରିଖ ସନ୍ଧ୍ୟାରୁ କର୍ମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକେ ଘର ବାହୁଡା଼ କରିବେ | ବଜ଼ାର ପାଇଁ ନଗଦ କ୍ୟାସର ଚାହିଦା ବଢିବ |

Also Read: ପାକିସ୍ତାନର ସିନ୍ଧପ୍ରଦେଶରେ ଶ୍ରୀଜଗନ୍ନାଥଙ୍କ ଜମି

ଦୋକାନ ବଜ଼ାର, ବେସରକାରୀ ସଂସ୍ଥାରେ କାମ କରୁଥିବା ଲୋକେ ଆଡ଼ଭାନ୍ସ ନେବେ | ତାହା ପୁଣି ନଗଦ କ୍ୟାସ | ଏସବୁକୁ ବ୍ୟାଙ୍କ ଧର୍ମଘଟ ଓ ଛୁଟି ପ୍ରଭାବିତ କରିବ ବୋଲି ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ନୁଆଁଖାଇକୁ ଦୃଷ୍ଟିରେ ରଖି ଯେମିତି କ୍ୟାସ୍ କାରବାର ପ୍ରଭାବିତ ନହେବ ଉଦ୍ୟମ ହେବାର ଆବଶ୍ୟକତା ରହିଛି |