ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ସୋମବାର ସର୍ବନିମ୍ନ ତାପମାତ୍ରା ୧୬.୨ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ଏହି ତାପମାତ୍ରା ଚଳିତ ମାସର ସବୁଠୁ କମ୍ ବୋଲି କୁହାଯାଇଛି। ଏହି ସମୟରେ ସର୍ବାଧିକ ତାପମାତ୍ରା ସ୍ୱଭାବିକରୁ ୦.୪ ଡିଗ୍ରି କମ୍ ଅର୍ଥାତ ୩୧.୪ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି। ତେବେ ତାପମାତ୍ରା ହ୍ରାସ ହୋଇଥିଲେ ବି ରାଜଧାନୀରେ ବାୟୁମାନ ‘ମଧ୍ୟମ’ ଥିବା ଜଣାପଡିଛି। ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୧୭୪ ରହିଛି, ଏହା ରବିବାର ର ୧୫୩ ତୁଳନାରେ ସାମାନ୍ୟ ଅଧିକ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ଅନୁସାରେ ଶୁନରୁ ୫୦ ପର୍ଯ୍ୟନ୍ତ ଏକ୍ୟୁଆଇ ସବୁଠୁ ଉତ୍ତମ ବାୟୁମାନ। ୫୧ରୁ ୧୦୦ ପର୍ଯ୍ୟନ୍ତ ରହିଲେ ସନ୍ତୋଷଜନକ ଓ ୧୦୧ରୁ ୨୦୦ ମଧ୍ୟରେ ରହିଲେ ‘ମଧ୍ୟମ’ ମନେ କରାଯାଏ। ତେବେ ରାଜଧାନୀ ଦିଲ୍ଲୀର ୫୭ ବାୟୁମାନ ପର୍ଯ୍ୟବେକ୍ଷଣ କେନ୍ଦ୍ର ମଧ୍ୟରୁ ୧୮ଟିରେ କ୍ୱାଲିଟି ଖରାପ ଥିବା ଜଣାପଡିଛି। ତେବେ ଏହି ସମୟରେ ଘୋଘା କେନ୍ଦ୍ରରେ ବାୟୁର ମାନ ସନ୍ତୋଷଜନକ ଥିଲା। ବାକି କେନ୍ଦ୍ରମାନଙ୍କରେ ବାୟୁମାନ ମଧ୍ୟମ ଶ୍ରେଣୀରେ ରହିଛି। ତେବେ ସବୁଠୁ ଅଧିକ ଏକ୍ୟୁଆଇ ମଥୁରା ରୋଡସ୍ଥିତ ସିଆରଆରଆଇ କେନ୍ଦ୍ରରେ ରେକର୍ଡ ହୋଇଛି। ଏଠାରେ ବାୟୁର ମାନ ୨୪୮ ରେକର୍ଡ ହୋଇଛି।

ସଫଦରଜଙ୍ଗ ପାଣିପାଗ କେନ୍ଦ୍ରରେ ପିଛିଲା ୨୪ ଘଣ୍ଟାରେ ସର୍ବାଧିକ ତାପମାତ୍ରାରେ ୦.୩ ଡିଗ୍ରି ସେଲସିୟସ୍ ବୃଦ୍ଧି ଓ ସର୍ବନିମ୍ନ ତାପମାତ୍ରାରେ ୦.୮ ଡିଗ୍ରି ସେଲସିୟସ ହ୍ରାସ ରେକର୍ଡ ହୋଇଛି। ପାଲମରେ ସର୍ବ ନିମ୍ନ ତାପମାତ୍ରା ୧୬.୩ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ତେବେ ଲୋଧି ରୋଡରେ ସର୍ବ ନିମ୍ନ ତାପମାତ୍ରା ୧୬ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି। ଆୟା ନଗରରେ ସର୍ବ ନିମ୍ନ ତାପମାତ୍ରା ୧୫.୭ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଆକଳନ ଅନୁସାରେ ଅକ୍ଟୋବର ୨୮ ତାରିଖ ପର୍ଯ୍ୟନ୍ତ ଆକାଶ ସଫା ରହିବ। ତେବେ ୨୯ ଓ ୩୦ ଅକ୍ଟୋବର ବେଳକୁ ଘଡ଼ଘଡ଼ି ବିଜୁଳି ସହ ବର୍ଷା ଆଶଙ୍କା କରାଯାଉଛି।