ନୂଆଦିଲ୍ଲୀ,୨୬/୦୪ : ଭଲ ଅଛନ୍ତି ଲୁଙ୍ଗି ଏନଗିଡି । ଆଘାତ ସେତେ ଗୁରୁତର ନୁହେଁ । ଖୁବ୍ ଶୀଘ୍ର ସେ ପଡିଆକୁ ଫେରିବେ ବୋଲି କହିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଡାଇରେକ୍ଟର୍ ଅଫ୍ କ୍ରିକେଟ୍ ବେଣୁ ଗୋପାଳ ରାଓ ।

ରିପୋର୍ଟ ଅନୁସାରେ, ଶନିବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ର ୩୫ ତମ ମ୍ୟାଚରେ ବଡ଼ ଅଘଟଣ ଘଟିଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଲୁଙ୍ଗି ଏନଗିଡ଼ି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପଡ଼ିଆ ଭିତରୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲା ।

Also Read :-KL Rahul Century: ଦ୍ରୁତତମ ଶତକ ମାରିଲେ କେଏଲ ରାହୁଲ, ଭାଙ୍ଗିଲେ ୩ ବଡ଼ ରେକର୍ଡ

ମ୍ୟାଚରେ, ପଞ୍ଜାବ କିଙ୍ଗସ୍ ଇନିଂସର ତୃତୀୟ ଓଭରରେ ତୃତୀୟ ବଲରେ ଘଟିଥିଲା ଏହି ଅଘଟଣ । ପ୍ରିୟାଂଶ ଆର୍ଯ୍ୟ ଏକ ସଟ୍ ଖେଳିଥିଲେ । ବଲଟି ମିଡ୍ ଅଫରେ ଉପରକୁ ଉଠିଥିଲା । ଲୁଙ୍ଗି ଏନଗିଡି ବଲ କ୍ୟାଚ୍ କରିବାକୁ ପଛକୁ ଦୌଡ଼ିଥିଲେ, କିନ୍ତୁ ବଲ୍ ତାଙ୍କ ହାତରୁ ଖସିଯାଇଥିଲା । ସେ ଚିତ୍ ହୋଇ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ମୁଣ୍ଡର ପଛ ଭାବରେ ଜୋରରେ ଆଘାତ ଲାଗିଥିଲା । ଏହା ପରେ ହାକ୍ତରୀ ଟିମ୍ ପଡ଼ିଆ ଭିତରେ ପହଞ୍ଚିଥିଲେ ।

ଭଲ କଥା ହେଉଛି, ଡାକ୍ତରଙ୍କ ସହ ଏନଗିଡ଼ି କିଛି କଥା ହୋଇଥିଲେ । ତାପରେ ଏନଗିଡ଼ିଙ୍କ ପାଇଁ ଆମ୍ବୁଲାନ୍ସ ପଡ଼ିଆରେ ପହଞ୍ଚିଥିଲା। ଏନଗିଡ଼ିଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା । ଏହି ସମୟରେ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ହୋଇଥିଲା ।

ଏବେ ଏନଗିଡିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବେଣୁଗୋପାଳ ରାଓ କହିଛନ୍ତି ଯେ, ଏନଗିଡିଙ୍କ ଆଘାତ ସେତେ ଗୁରୁତର ନୁହେଁ । ତାଙ୍କୁ କରୋଲବାଗରେ ଥିବା ମ୍ୟାକ୍ସ୍ ହସ୍ପିଟାଲ ନିଆଯାଇଥିଲା । କିଛି ସମୟ ପାଇଁ ସେ ହସ୍ପିଟାଲରେ ଥିଲେ । ପ୍ରଥମେ ଖେଳାଳିଙ୍କ ସୁରକ୍ଷାକୁ ଦଳ ଅଧିକ ପ୍ରାଥମିକତା ଦେଇଥାଏ । ଏନଗିଡିଙ୍କ ଅନୁପସ୍ଥିତି ଅନୁଭବ ହୋଇଥିଲା । ସେ ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି ବେଣୁଗୋପାଳ ଆଶାବ୍ୟକ୍ତ କରିଛନ୍ତି ।