KL Rahul IPL 2026: କେଏଲ ରାହୁଲ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରିଛନ୍ତି। ସେ ୪୭ ବଲରୁ ଶତକ ମାରି ଇତିହାସ ରଚିଛନ୍ତି। ଆଇିଏଲରେ ସର୍ବାଧିକ ଶତକ ମାରିବା ତାଲିକାରେ କେଏଲ ରାହୁଲ ତୃତୀୟକୁ ଉଠିଛନ୍ତି। ନିଜର ଏହି ଶତକୀୟ ଇନିଂସ ସହ ରାହୁଲ ଆଇପିଏଲ୍ ୨୦୨୬ର ଅରେଞ୍ଜ କ୍ୟାପସ ହାସଲ କରିଛନ୍ତି। ଆଇପିଏଲ୍ କ୍ୟାରିୟରରେ ୫ ହଜାରରୁ ଅଧିକ ରନ କରିଥିବା ରାହୁଲ ପଞ୍ଜାବ ବିପକ୍ଷରେ ଐତିହାସିକ ଶତକୀୟ ଇନିଂସ ତିନୋଟି ରେକର୍ଡ ଭାଙ୍ଗିଛନ୍ତି।

ଆଇପିଏଲରେ ସର୍ବାଧିକ ଶତକ- କେଏଲ ରାହୁଲ ଆଇପିଏଲ କ୍ୟାରିୟରରେ ଷଷ୍ଠ ଶତକ ହାସଲ କରିଛନ୍ତି। ଲିଗରେ ସବୁଠୁ ଅଧିକ ଶତକ ଲଗାଇବାରେ ସେ କ୍ରିସ ଗେଲଙ୍କ ସମକକ୍ଷ ହୋଇଛନ୍ତି। ଏବେ ଏହି ତାଲିକାରେ ତାଙ୍କ ଆଗରେ ବିରାଟ କୋହଲି(୮ ଶତକ) ଓ ଜୋସ ବଟଲର(୭ ଶତକ) ରହିଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଦ୍ରୁତତମ ଶତକ- କେଏଲ ରାହୁଲ ୪୭ ବଲରେ ନିଜର ଶତକ ପୂରଣ କରିଛନ୍ତି। ସେ ଇଣ୍ଡିଆନ ପ୍ରିମିୟର ଲିଗରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଦ୍ରୁତତମ ଶତକ ହାସଲ କରିଛନ୍ତି। ଏହି ଇନିଂସ ଜରିଆରେ ସେ ବୀରେନ୍ଦ୍ର ସେହ୍ଵାଗ ଓ କ୍ଵିଣ୍ଟନ ଡିକକଙ୍କ ରେକର୍ଡ ଧ୍ଵସ୍ତ କରିଛନ୍ତି। ସେହ୍ଵାଗ ଓ ଡିକକ ଦିଲ୍ଲୀ ପାଇଁ ୪୮ ବଲରେ ଶତକ ପୂରା କରିଥିଲେ।

ଆଇପିଏଲରେ ବ୍ୟକ୍ତିଗତ ସ୍କୋର- କେଏଲ ରାହୁଲ ଆଇପିଏଲରେ ପ୍ରଥମ ଭାରତୀୟ ବ୍ୟାଟର ଭାବେ ୧୫୦ କିମ୍ବା ତଦୁର୍ଦ୍ଧ୍ଵ ରନ କରିଛନ୍ତି। ମୋଟ୍ ଉପରେ ଆଇପିଏଲରେ ରାହୁଲଙ୍କ ୧୫୨ ରନ ତୃତୀୟ ସର୍ବୋଚ୍ଚ ସ୍କୋର। ତାଙ୍କ ଆଗରେ କ୍ରିସ ଗେଲ୍(୧୭୫ ରନ) ଓ ବ୍ରେଣ୍ଡନ ମ୍ୟାକକୁଲମ(୧୫୮ ରନ) କରିଛନ୍ତି।