ପାଟନା: ବିହାର ରାଜନୀତିରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ରାଜ୍ୟସଭା ସାଂସଦ ହୋଇ ପାରନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଆଉ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ। ଯଦି ଏମିତି ହୁଏ ତେବେ ବିହାର ରାଜନୀତିର ଦୃଶ୍ୟପଟ୍ଟ ବଦଳି ଯିବ। କେବଳ ଏତିକି ନୁହେଁ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କୁ ନେଇ ମଧ୍ୟ ବଡ଼ ଚର୍ଚ୍ଚା ହେଉଛି। କୁହାଯାଉଛି ନିଶାନ୍ତଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। ଏମିତି ସ୍ଥିତିରେ ବିଜେପିକୁ ମୁଖ୍ୟମନ୍ତ୍ରୀ ପଦ ମିଳିପାରେ।

ଏ ପର୍ଯ୍ୟନ୍ତ ନିଶାନ୍ତ କୁମାର ରାଜ୍ୟସଭାରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିବା ନେଇ ଖବର ଆସୁଥିଲା। ଏହା ମଧ୍ୟ କୁହାଯାଉଥିଲା ଯେ, ନିଶାନ୍ତଙ୍କ ନାଁ ରାଜ୍ୟସଭା ପାଇଁ ଚୂଡ଼ାନ୍ତ ହୋଇ ସାରିଛି। ମାତ୍ର ଜେଡିୟୁର କାର୍ଯ୍ୟକାରୀ ଅଧ୍ୟକ୍ଷ ସଞ୍ଜୟ ଝା ଦିଲ୍ଲୀରୁ ପାଟନା ଯାତ୍ରା କରିବା ସହ ନୀତିଶ କୁମାରଙ୍କ ରାଜ୍ୟସଭା ଯିବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ଯଦି ନୀତିଶ କୁମାର ଦିଲ୍ଲୀ ରାଜନୀତିରେ ପାଦ ଦିଅନ୍ତି ଏବଂ ରାଜ୍ୟସଭା ସାଂସଦ ହୁଅନ୍ତି ତେବେ ବିହାରର ମୁଖ୍ୟମନ୍ତ୍ରୀ ପଦ ଖାଲି ପଡ଼ିବ। ଆଉ ପ୍ରଥମ ଥର ବିହାରରେ ବିଜେପିକୁ ମୁଖ୍ୟମନ୍ତ୍ରୀ ମିଳିପାରେ।

Also read: ବିଚାରଗତ ଲଢେଇରେ ସମ୍ପର୍କର ସ୍ଥାନ ନାହିଁ ; ଶେଷ ମୁହୂର୍ତ୍ତରେ ସହଯୋଗ ମାଗିଲେ ମୁଁ କିଛି କରିପାରିବିନି

ବିହାରରେ ପାଞ୍ଚଟି ରାଜ୍ୟସଭା ସିଟରେ ନିର୍ବାଚନ ହେବାକୁ ଯାଉଛି। ଏଥିରୁ ଜେଡିୟୁ ଖାତାକୁ ଯିବ ଦୁଇଟି ସିଟ୍। ଆସନ୍ତାକାଲି ଜେଡିୟୁର ପାର୍ଟି ବୈଠକ ଡକାଯାଇଛି। ଏଥିରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ। କୁହାଯାଉଛି ବୈଠକରେ ଏକ ବଡ଼ ପରିବର୍ତ୍ତନ ନେଇ ଆଲୋଚନା ହୋଇପାରେ। ସେମିତିରେ ବି ନୀତିଶ କୁମାରଙ୍କ ବୟସାଧିକ କାରଣରୁ ଜେଡିୟୁ ନୂଆ ଚେହେରା ସନ୍ଧାନରେ ରହିଛି।

ନୀତିଶ କୁମାର ୨୦୦୫ରୁ ବିହାରର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି। ୨୦୨୫ ନିର୍ବାଚନରେ ବିରୋଧୀ ତାଙ୍କର ସ୍ଵାସ୍ଥ୍ୟବସ୍ଥାକୁ ନେଇ ଖୁବ୍ ପ୍ରଶ୍ନ କରିଥିଲେ। ମାତ୍ର ଜନତା ପୁନଃ ନୀତିଶଙ୍କ ଉପରେ ଭରସା କରିଥିଲେ ଏବଂ ୨୦୨୦ ନିର୍ବାଚନ ତୁଳନାରେ ଅଧିକ ସିଟରେ ଜିତାଇଛନ୍ତି। ୨୦୨୫ ନିର୍ବାଚନରେ ନୀତିଶଙ୍କ ପାର୍ଟି ୮୫ ଏବଂ ବିଜେପି ୮୯ ସିଟରେ ବିଜୟୀ ହୋଇଥିଲା। ନୀତିଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି। ହେଲେ ନିର୍ବାଚନ ସମୟରେ ବି ତାଙ୍କ ପୁଅ ନିଶାନ୍ତଙ୍କୁ ନେଇ ମଧ୍ୟ ଖୁବ ଚର୍ଚ୍ଚା ହୋଇଥିଲା। କୁହାଯାଉଥିଲା ନିଶାନ୍ତଙ୍କୁ ରାଜ୍ୟସଭା ପଠାଯିବା ସହ ପାର୍ଟି ସଂଗଠନରେ ବଡ଼ ଦାୟିତ୍ଵ ଦିଆଯିବ। ମାତ୍ର ଏବେ ସମୀକରଣ ବଦଳିବାରେ ଲାଗିଛି।

Also read: ହୋଲି ଖେଳିଲେ ରଙ୍ଗ ବଦଳିଯାଏ, କିନ୍ତୁ ଗାଧୋଇ ପଡିଲେ ଅସଲ ଚେହେରା ସାମ୍ନାକୁ ଆସେ