ଭୁବନେଶ୍ଵର: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନିତିନ ନବୀନ ଆସନ୍ତାକାଲିଠୁ ଓଡିଶାର ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି । ଦାୟିତ୍ଵ ନେବା ପରେ ଏହା ତାଙ୍କର ପ୍ରଥମ ବଡ଼ ଓଡିଶା ଗସ୍ତ। ଦଳ କହିଛି, ଏହି ଗସ୍ତ ରାଜ୍ୟରେ ସଂଗଠନକୁ ମଜବୁତ କରିବ, କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ନୂଆ ଉର୍ଜା ଭରିବ ଏବଂ ଦଳର ଗତିବିଧିକୁ ନୂଆ ଦିଗ ଦେବ। ଓଡିଶାରେ ବଡ଼ ରାଜନୈତିକ ହଲଚଲ ହେବା ସମ୍ଭାବନା।

ଆସନ୍ତାକାଲି, ରବିବାର ଓଡିଶାର ଗୁରୁତ୍ଵପୂର୍ଣ ଦୁଇ ଦିନିଆ ସାଂଗଠନିକ ଗସ୍ତରେ ଆସୁଛନ୍ତି। ଦାୟିତ୍ଵ ନେବା ପରେ ଏହା ତାଙ୍କର ପ୍ରଥମ ବଡ଼ ଓଡିଶା ଗସ୍ତ। ନିତିନ ନବୀନ ରାତି ୧୦ଟା ୩୦ରେ ଭୁବନେଶ୍ଵରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ।

Also Read: ‘ଡବଲ ଇଞ୍ଜିନ ସରକାରଙ୍କ ଏ କଣ ଅମୃତକାଳ ?’ ତେଲ ସଂକଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିରୋଧୀ

ସୋମବାର ତାଙ୍କର ଦିନସାରା ବ୍ୟସ୍ତ କାର୍ଯ୍ୟକ୍ରମ ରହିଛି। ସକାଳ ୮ଟା ୩୦ରେ ଭୁବନେଶ୍ଵର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ କୋର କମିଟି ବୈଠକ ବସିବ। ପୂର୍ବାହ୍ନ ୧୦ଟା ୩୦ରେ AIIMS କ୍ୟାମ୍ପସ, କୋଏନ ଇଣ୍ଟରନ୍ୟାସନାଲ ସ୍କୁଲ ଓ ସ୍ଵସ୍ତି ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ, ଭୁବନେଶ୍ଵରରେ ବିଜେପି ଜିଲ୍ଲା ପ୍ରଶିକ୍ଷଣ ବର୍ଗ ପ୍ରଦର୍ଶନୀର ଶୁଭାରମ୍ଭ କରିବେ।

ଏହା ପରେ ଅପରାହ୍ନ ୧ଟା ୧୫ରେ ପୁରୀ ଧାମରେ ଭଗବାନ ଜଗନ୍ନାଥଙ୍କ ଦର୍ଶନ ଓ ପୂଜା ଅର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୨ଟା ଲୋକସଭା ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସମ୍ବିତ ପାତ୍ରଙ୍କ ଆବାସରେ ମହାପ୍ରସାଦ ଗ୍ରହଣ କରିବେ। ଅପରାହ୍ନ ୪ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରଦେଶ ପଦାଧିକାରୀ ଓ ମୋର୍ଚ୍ଚା ଅଧ୍ୟକ୍ଷଙ୍କ ସହ ଗୁରୁତ୍ଵପୂର୍ଣ୍ଣ ବୈଠକ।

Also Read: ବିଜେପି ଉପରେ ବର୍ଷିଲେ କଂଗ୍ରେସର ବରିଷ୍ଠ ନେତା, କହିଲେ- ବିହାର ଜଙ୍ଗଲରାଜ ଠାରୁ ବି ବଳିଗଲା ଓଡ଼ିଶା...

ସନ୍ଧ୍ୟା ୬ଟାରେ ମନ୍ତ୍ରିପରିଷଦ ସଦସ୍ୟଙ୍କ ସହ ବୈଠକରେ ଅଧ୍ୟକ୍ଷତା କରିବେ। ଏହା ପରେ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି। ବିଜେପି ରାଷ୍ଟ୍ରୀୟ ମିଡିଆ ସହ-ପ୍ରମୁଖ ଡକ୍ଟର ସଞ୍ଜୟ ମୟୁଖଙ୍କ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ବିଜେପି କାର୍ଯ୍ୟାଳୟରେ ମଧ୍ୟ ପ୍ରେସମିଟରେ ସାମ୍ବାଦିକ ମାନଙ୍କୁ ସୁଦୀପ୍ତ ରାୟ ତାଙ୍କ ଗସ୍ତର ବିବରଣୀ ବିଷୟରେ ସୂଚନା ଦେଇଛନ୍ତି।